ମାଓବାଦୀ ସଂଗଠନର କେନ୍ଦ୍ର କମିଟି ସଦସ୍ୟ ହରିଭୁଷଣର ମୃତ୍ୟୁ

ମାଓବାଦୀ ସଂଗଠନର କେନ୍ଦ୍ର କମିଟି ସଦସ୍ୟ ହରିଭୁଷଣର ମୃତ୍ୟୁ

ମାଲକାନଗିରି: ମାଓ ସଂଗଠନର କେନ୍ଦ୍ରୀୟ କମିଟିର ସଦସ୍ୟ ତଥା ତେଲେଙ୍ଗାନା ରାଜ୍ୟ ସଚିବ ହରିଭୁଷଣର ଗତକାଲି ଦେହାନ୍ତ ହୋଇଯାଇଛି। ଖାଦ୍ୟରେ ବିଷକ୍ରିୟା କିମ୍ବା କରୋନା ଯୋଗୁଁ ହରିଭୁଷଣର ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି। ଏନେଇ ଛତିଶଗଡର ଦନ୍ତେଵାଡା ଏସପି ଅଭିଷେକ ପଲ୍ଲବ ସ୍ପଷ୍ଟୀକରଣ ଦେଇଛନ୍ତି।

ହରିଭୁଷଣ ବସ୍ତର ଏବଂ ତେଲେଙ୍ଗାନା ସୀମାରେ ଦୀର୍ଘ ଦିନ ଧରି କାମ କରିଆସୁଥିଲା। ସୁକମା ଜିଲ୍ଲାର ମିନାଗୁଟ୍ଟା ଗ୍ରାମରେ ତାର ଦେହାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିବାରୁ ତାର ମୃତ୍ୟୁ ହୋଇଥିବା କୁହାଯାଇଛି। ସରକାର ହରିଭୁଷଣ ନାମରେ ୪୦ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ୧୯୯୫ରେ ହରିଭୁଷଣ ପିପୁଲସ୍ ଵାର ଗରିଲାରେ ସାମିଲ ହୋଇଥିଲା।ଦୀର୍ଘ ଦିନ ଧରି କାମ କରିବା ଏବଂ ତାର ଅଭିଜ୍ଞତାକୁ ଦେଖି ତାକୁ କେନ୍ଦ୍ରୀୟ କମିଟିର ସଦସ୍ୟ କରାଯାଇଥିଲା।

ଏଥିସହ ତେଲେଙ୍ଗାନାର ସଚିବ ମଧ୍ୟ ନିଯୁକ୍ତି କରାଯାଇଥିଲା। ବସ୍ତର ଏବଂ ତେଲେଙ୍ଗାନା ଅଂଚଳରେ ଯେତେ ହିଂସା ଘଟିଛି ସବୁରେ ହରିଭୁଷଣଙ୍କର ହାତ ରହିଛି। ତାର ବିନା ଇଙ୍ଗିତରେ କୌଣସି ପତ୍ର ବି ହଲେ ନାହିଁ। ବହୁ ଥର ପୁଲିସର ଗୁଳିରେ ବର୍ତ୍ତିଯାଇଛି ହରିଭୁଷଣ।ହରିଭୁଷଣକୁ ଧରିବା ପାଇଁ ସୁକମା ଏବଂ ତେଲେଙ୍ଗାନା ପୁଲିସ ଜୋରସୋରରେ ଉଦ୍ୟମ ଜାରି ରଖିଥିଲା। ହରିଭୁଷଣ ତେଲେଙ୍ଗାନାର ମେହବୁବାବାଦ ଜିଲ୍ଲାର କୋଟ୍ଟାଗୁଡା ଗ୍ରାମର ମୂଳନିବାସୀ।

ହରିଭୁଷଣର ଅନ୍ୟ ନାମ ୟାପା ନାରାୟଣ। ଏବେ ବି ୨୦ରୁ ଉର୍ଦ୍ଧ୍ବ କ୍ୟାଡର ନକ୍ସଲ ଅସୁସ୍ଥ ରହିଥିବା ସୂଚନା ମିଳିଛି।ତେବେ ସମସ୍ତେ କରୋନାରେ ଆକ୍ରାନ୍ତ ନା ଅନ୍ୟ କିଛି ରୋଗରେ ଆକ୍ରାନ୍ତ ଜଣାପଡିନଥିଲେ ମଧ୍ୟ ପିଏଲଜିଏର ଡାକ୍ତରୀ ଦଳ ଏମାନଙ୍କୁ ଚିକିତ୍ସା କରୁଛି। ଟପ୍ କ୍ୟାଡର ମାଓବାଦୀଙ୍କୁ କିପରି ମେଡିକାଲରେ ଚିକିତ୍ସା କରାଯିବ ସନେଇ ମଧ୍ୟ ଯୋଜନା କରାଯାଉଥିବା ଜଣାପଡିଛି।ତେବେ ହରିଭୁଷଣଙ୍କ ମୃତ୍ୟୁକୁ ନେଇ ନକ୍ସଲ ସଂଗଠନ କୌଣସି ପ୍ରେସ ବିଜ୍ଞପ୍ତି ପ୍ରକାଶ କରି ନଥିବା ବେଳେ ପୁଲିସ ପାଖରେ କିନ୍ତୁ ସ୍ପଷ୍ଟ ସୂଚନା ରହିଥିବା ପୁଲିସ ଦୃଢକ୍ତି ପ୍ରକାଶ କରିଛି। ତେବେ ହରିଭୁଷଣର ମୃତ୍ୟୁରେ ସଂଗଠନ ଏକ ପ୍ରକାର ଦୁର୍ବଳ ହେବ ବୋଲି କୁହାଯାଇଛି। ତାର ବିଚକ୍ଷଣ ବୁଦ୍ଧି ଯୋଗୁଁ ବହୁ ଥର ପୁଲିସକୁ ହରାଇବାରେ ସଫଳ ହୋଇଛି ସଂଗଠନ।

The post ମାଓବାଦୀ ସଂଗଠନର କେନ୍ଦ୍ର କମିଟି ସଦସ୍ୟ ହରିଭୁଷଣର ମୃତ୍ୟୁ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp