ମହିଳାଙ୍କୁ ଅସଦାଚରଣ ନେଇ ବନ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ

ମହିଳାଙ୍କୁ ଅସଦାଚରଣ ନେଇ ବନ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ

ଝାରସୁଗୁଡ଼ା: ଅର୍ଥ ପ୍ରଲୋଭନ ଦେଖାଇ ବିବାହିତା ମହିଳାଙ୍କୁ ଅସଦାଚରଣ । ବେଳପାହାଡ଼ ବନାଞ୍ଚଳ କଦମଡ଼ିହି ଅଞ୍ଚଳର ବନ କର୍ମଚାରୀଙ୍କ ବିରୋଧରେ ରେଙ୍ଗାଲି ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଦେବଦରହ ନର୍ସରୀରେ ରେଙ୍ଗାଲି ଥାନା ଅଞ୍ଚଳର ଜଣେ ମହିଳା ଓ ତାଙ୍କ ସ୍ୱାମୀ କାମ କରୁଥିଲେ । ଏହି ନର୍ସରୀରେ ବୃକ୍ଷରୋପଣ କାର୍ଯ୍ୟକୁ କଦମଡିହି ଫରେଷ୍ଟର ପ୍ରଶାନ୍ତ ବାଗ ତଦାରଖ କରୁଥିଲେ । ତେବେ ଗତ ମାସରେ ମହିଳା ତାଙ୍କ ସ୍ୱାମୀ ନର୍ସରୀରେ କାମ କରୁଥିବା ବେଳେ ଫରେଷ୍ଟର ମହିଳାଙ୍କ ସ୍ୱାମୀଙ୍କୁ କୌଣସି କାମରେ ବାହରକୁ ପଠାଇ ଦେଇଥିଲେ । ଏହା ପରେ ମହିଳାଙ୍କୁ କଦମଡିହି ଫରେଷ୍ଟ ଅଫିସକୁ ଡକାଇଥିଲେ । ସେଠାରେ ମହିଳାଙ୍କୁ ପ୍ରେମ ନିବେଦନ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଦୁଇ ଲକ୍ଷ ଟଙ୍କା ଯାଚିଥିଲେ । ଏଥିରେ ମହିଳା ଜଣକ ରାଜି ନହେବାରୁ ଫରେଷ୍ଟର ତାଙ୍କ ସହ ବଳ ପୂର୍ବକ ଦୂଷ୍କର୍ମ କରିଥିବା ନେଇ ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ଉକ୍ତ ଘଟଣା କାହା ଆଗରେ ପ୍ରକାଶ ନ କରିବାକୁ ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ।

ରେଙ୍ଗାଲି ଥାନା କେଶ ନମ୍ବର ୮୧ ଧାରା ୩୭୬(୨)ବି ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୋଗ ର ତଦନ୍ତ ଆରମ୍ଭ କରିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp