ମହାରାଷ୍ଟ୍ରରେ ୨୧ ଡେଲ୍ଟା ପ୍ଲସ ଭାରିଆଣ୍ଟ କେସ୍‌ ଚିହ୍ନଟ

ମହାରାଷ୍ଟ୍ରରେ ୨୧ ଡେଲ୍ଟା ପ୍ଲସ ଭାରିଆଣ୍ଟ କେସ୍‌ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ଘଟିଛି। ଏହି ସମୟରେ, କରୋନାର ନୂଆ ଭାରିଆଣ୍ଟ ଡେଲଟା ପ୍ଲସ୍  ଚିନ୍ତା ବଢାଇଛି । । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟର ୨୧ଟି କୋଭିଟ୍ କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ସୂଚନା ଦେଇଛନ୍ତି । ୭ହଜାର ୫୦୦ ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ ୨୧ ଜଣଙ୍କ ପାଖରେ ଡେଲଟା ପ୍ଲସ ଭାରିଆଣ୍ଟ ମିଳିଛି ।

ଡେଲଟ୍ ପ୍ଲସ ଭାରିଆଣ୍ଟରେ ସଂକ୍ରମିତ କରୋନା ରୋଗୀଙ୍କ ଭିତରେ ୯ଜଣ ରତ୍ନଗିରି, ୭ ଜଣ ଜଲଗାଁଓ, ମୁମ୍ବାଇରୁ ୨ଜଣ ଏବଂ ପାଲଘର, ସିନ୍ଧୁଦୁର୍ଗ ଓ ଥାନେରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି । ଅଧିକାରୀମାନେ ଏହି ସଂକ୍ରମିତଙ୍କ ତଥ୍ୟ ହାସଲ କରି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଆରମ୍ଭ କରିଛନ୍ତି।

ଏହାପରେ ଅଧିକରୁ ଅଧିକ ଲୋକଙ୍କର ଜିନୋମ୍ ସିକୁଏନ୍ସିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ପ୍ରତି ଜିଲ୍ଲାରୁ ଶହେ ଜଣ ଲେଖାଏ ଲୋକଙ୍କର ସାମ୍ପୁଲ ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ।  କରୋନାର ନୂଆ ଡେଲଟା ପ୍ଲସ ଭାରିଆଣ୍ଟ ଅଧିକ ମାରାତ୍ମକ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ଡେଲ୍ଟା ଭାରିଏଣ୍ଟର ନୂଆ ରୂପ ହେଉଛି ଡେଲ୍ଟା ପ୍ଲସ। ଡେଲ୍ଟା ଭାରିଏଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଏହି ଡେଲ୍ଟା ଭାରିଏଣ୍ଟ ପାଇଁ ଦେଶରେ କରୋନା ଦ୍ୱିତୀୟ ୱେଭ ସାମ୍ନାକୁ ଆସିଥିଲା। ଏବେ ଭାରତ ସମେତ ଏକାଧିକ ଦେଶରେ ଡେଲ୍ଟା ଭାରିଏଣ୍ଟ ଚିହ୍ନଟ ହେବାରେ ଲାଗିଛି।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp