ମହାରାଷ୍ଟ୍ରରେ ୨୧ ଜଣଙ୍କ ମଧ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ, ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ କ୍ରମାଗତ ଭାବେ ଖସିବାରେ ଲାଗିଛି। ଏଭଳି ସମୟରେ କୋଭିଡ ୧୯ର ଡେଲଟା ପ୍ଲସ୍ ଭ୍ୟାରିଏଣ୍ଟ ଚିନ୍ତା ବଢାଇଛି । ପ୍ରାୟ ୨୧ ଜଣଙ୍କ ଶରୀରରେ କରୋନାର ନୂଆ ରୂପ ତଥା ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସ୍ପଷ୍ଟ କରିଛନ୍ତି ।

ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରେ ରତ୍ନଗିରିରୁ ୯ ଜଣ, ଜଳଗାଁରୁ ୭ ଜଣ, ମୁମ୍ବାଇରୁ ୨ ଜଣ ଓ ପାଲଘର, ଥାନେ ଏବଂ ସିନ୍ଧୁଦୁର୍ଗରୁ ଜଣେ ଲେଖାଏଁ ରହିଛନ୍ତି । କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟଟି B 1.617.2ର ପରିବର୍ତ୍ତନକୁ ନେଇ ଗଠିତ । ଭାରତରେ ଡେଲଟା ଫର୍ମ ପ୍ରଥମେ ଚିହ୍ନଟ ହୋଇଥିଲା ଆଉ ଯାହା ଦେଶର ଦ୍ୱିତୀୟ ପ୍ରବାହର କାରଣ ବୋଲି ବିବେଚନା କରାଯାଇଥାଏ ।

Out of 21 cases of Delta plus variant detected in Maharashtra, 9 are from Ratnagiri, 7 from Jalgaon, 2 from Mumbai, and one each from Palghar, Thane & Sindhudurg. We are ascertaining their vaccination status & travel history: State Health Minister Rajesh Tope pic.twitter.com/HrNvZFEPDr

— ANI (@ANI) June 21, 2021

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ହଜାର ୨୭୦ ଲୋକଙ୍କ ମଧ୍ୟରେ କରୋନା ଚିହ୍ନଟ ହୋଇଛି। ପ୍ରାୟ ଚାରିମାସ ପରେ ଏତେ କମ୍ ମାମଲା ଚିହ୍ନଟ ହୋଇଛି।  ଦେଶରେ ଏଯାବତ୍ ମୋଟ୍ ଆକ୍ଟିଭ କେସ୍ ରହିଛି ୭ ଲକ୍ଷ ୨ ହଜାର ୮୮୭।  ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ଓ ୩ ଲକ୍ଷ ୮୮ ହଜାର ୧୩୫ ଜଣକ ଜୀବନ ନେଇଛି ଭାଇରସ। ସେହିଭଳି ଟିକାକରଣରେ ସାମିଲ ହୋଇଛନ୍ତି ୨୮ କୋଟି ୩୬ ହଜାର ୮୯୮ ଜଣ।

The post ମହାରାଷ୍ଟ୍ରରେ ୨୧ ଜଣଙ୍କ ମଧ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ, ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ appeared first on .

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp