ମହାପ୍ରଭୁଙ୍କ ସ୍ନାନ ଓ ରଥଯାତ୍ରା ପାଇଁ ବଉଳଵୃକ୍ଷ ଚିହ୍ନଟ
ଆଗାମୀ ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ, ବଡ଼ଠାକୁରଙ୍କ ପହଣ୍ଡି ବିଜେ ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶୁରେଖା ନିମନ୍ତେ ସେନାପଟା, ବାହୁଟ ଲାଗି ସେଵା ନିମନ୍ତେ ଅଜାଘର ସାକ୍ଷୀଗୋପାଳ ର ଵକୁଳବନରେ ବଉଳଵୃକ୍ଷ ଚିହ୍ନଟ କରାଯାଇଛି। ସତ୍ୟଵାଦୀ ବିଡ଼ିଓ କ୍ଷୀରୋଦ କୁମାର ବେହେରା, ଆଇଆଇସି ଦେବୀ ପ୍ରସାଦ ପାତ୍ର, ବ୍ଲକ ଚେୟାରମ୍ୟାନ ସମ୍ମିତା ପାତ୍ର, ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାନିର୍ଵାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଶ୍ରୀମନ୍ଦିର ଵରିଷ୍ଠ ତତ୍ବାବଧାରକ ସୁଦର୍ଶନ ମେକାପ, ସର୍ଦ୍ଦାର ଭୋଇସେଵକ ରଵିନ୍ଦ୍ର ଭୋଇ, ଧୃବ ଚରଣ ଭୋଇ, ସତ୍ୟଵାଦୀ ସଂସ୍କୃତି ସୁରକ୍ଷା ମଚଂ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ପ୍ରମୁଖ ବୃକ୍ଷ ଚିହ୍ନଟ କରିଥିଲେ। ସୋମଵାର ନିର୍ଜଳା ଏକାଦଶୀ ତୀଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ଵୃକ୍ଷ ଟିକୁ ଵରଣ କରାଯିଵା ପରେ ଭୋଇସେବକ ମାନେ ନିର୍ଦ୍ଦାରିତ ମାପରେ ବୃକ୍ଷ ଛେଦନ କରିବେ। ଵକୁଳଵନ ସିଦ୍ଧବକୁଳ ମନ୍ଦିର ଠାରୁ ବଳଦ ଶଗଡି ରେ ଶ୍ରୀକ୍ଷେତ୍ର ଅଭିମୁଖେ କାଠଶଗଡି ମେଲାଣି ଦିଆଯିବ।
The post ମହାପ୍ରଭୁଙ୍କ ସ୍ନାନ ଓ ରଥଯାତ୍ରା ପାଇଁ ବଉଳଵୃକ୍ଷ ଚିହ୍ନଟ appeared first on .