ମମତାଙ୍କ ବଦାନ୍ୟତା; ରକ୍ତଦାନ କରି ପ୍ରସୁତିଙ୍କ ଜୀବନ ବଂଚାଇଲେ
ଜୟପୁର: ସ୍ଥାନୀୟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ଥାନୀୟ ବାପୁଜୀ ନଗରର ଲିଜା ନାୟକଙ୍କ ନାମ୍ନୀ ମହିଳା ଜଣକଙ୍କର ଗତକାଲି ପ୍ରସବ ହୋଇଛି। ତେବେ ସେ ରକ୍ତହୀନତାର ଶିକାର ଥିବା ହିମୋଗ୍ଲୋବିନ୍ ବହୁତ କମ୍ ରହିଥିବାରୁ ତୁରନ୍ତ ୨ୟୁନିଟ୍ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରବର୍ଗ ରକ୍ତ ପାଇଁ ବହୁ ଖୋଜାଖୋଜି କରିଥିଲେ। ଏସଂପର୍କରେ ସୂଚନା ପାଇଁ ପୌର କର୍ମଚାରୀ ପି .ଗୋପୀ ଜାଣିବା ପରେ ସଫେଇ କର୍ମଚାରୀ ସୋମନାଥ ପରଜାଙ୍କୁ ନେଇ ଗୋଟିଏ ୟୁନିଟ୍ ରକ୍ତ ଦେଇଥିଲେ। ଏହା ପରେ ବି ଲିଜାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ନଥିଲା। ଏସଂପର୍କରେ ସ୍ବେଚ୍ଛାସେବୀ କାର୍ତ୍ତିକ ରାଉତ ସୂଚନା ପାଇବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏ ନେଇ ଅନୁରୋଧ ରଖିଥିଲେ।
ଏହା ଦେଖି ବାରିଣୀପୁଟର ସ୍ବେଚ୍ଛାସେବୀ ମମତା ବେହେରା ନିଜେ ଜୟପୁର ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ରକ୍ତଦାନ ବେଳେ ସ୍ବେଚ୍ଛାସେବୀ କାର୍ତ୍ତିକ, ବାପି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ଦ୍ବାରା ପ୍ରସୁତି ମା ଓ ନବଜାତକର ବି ଜୀବନ ବଂଚିଥିବାରୁ ସେ ଏହାକୁ ନେଇ ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି। ଅନ୍ୟ ମହିଳା ମାନେ ବି ଏଭଳି ମଣିଷ ଜୀବନ ରକ୍ଷା କରିବା ପାଇଁ ରକ୍ତଦାନ କରିବାକୁ ଅନୁରୋଧ କରିଛନ୍ତି।
The post ମମତାଙ୍କ ବଦାନ୍ୟତା; ରକ୍ତଦାନ କରି ପ୍ରସୁତିଙ୍କ ଜୀବନ ବଂଚାଇଲେ first appeared on Sambad.