ମଦ ମାଗି ଭଦ୍ରକ ଟାଉନ୍ ଥାନା ଏଏସ୍ଆଇ ନିଲମ୍ବିତ
ଭଦ୍ରକ: ଭଦ୍ରକ ଟାଉନ୍ ଥାନାର ଏଏସ୍ଆଇ ବୀରକିଶୋର ବେହେରା ନିଲମ୍ବିତ । ଭଦ୍ରକ ଏସ୍ପି ଚରଣ ସିଂହ ମୀନା ଏଏସ୍ଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏଏସ୍ଆଇ ବୀରକିଶୋର ବେହେରା ଭଦ୍ରକ ଟାଉନର ଜଣେ ଯୁବକଙ୍କୁ ମଦ ମାଗୁଥିଲେ । ଏହି ଘଟଣାର ଅଡିଓ ଟ୍ୟାପ୍ ସାମାଜିକ ଗଣାମାଧ୍ୟରେ ଭାଇରାଲ ହୋଇଥିଲା । ଘଟଣାର ନିରପେକ୍ଷ ଯାଞ୍ଚ କରିବା ପରେ କର୍ତ୍ତବ୍ୟରେ ଅବହେଳା ପାଇଁ ତଥା ଜଣେ ଏଏସଆଇଙ୍କ ଦାୟିତ୍ୱହୀନତା କାମ ପାଇଁ ବୀରକିଶୋରଙ୍କୁ ଏସ୍ପି ନିଲମ୍ବନ କରିଛନ୍ତି ।
Please follow and like us: