ମଣ୍ଡିରେ ବିକ୍ରି ହୋଇପାରୁନି ଧାନ, ନିଆଳି ବାହାରଣା ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ଅଭିଯୋଗ

ମଣ୍ଡିରେ ବିକ୍ରି ହୋଇପାରୁନି ଧାନ, ନିଆଳି ବାହାରଣା ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ଅଭିଯୋଗ

ନିଆଳି: ମଣ୍ଡିରେ ବିକ୍ରି ହୋଇପାରୁନି ଧାନ, ଚିନ୍ତାରେ ଚାଷୀ । ଡିଲରଙ୍କ ମନ ଇଛା କଟନି ଛଟନି ସାଙ୍ଗକୁ ଟୋକନ ସମସ୍ୟାରେ ଛନ୍ଦି ହେଉଛନ୍ତି ଚାଷୀ । ମଣ୍ଡି ଖୋଲିଛି, ଚାଷୀଙ୍କୁ ଟୋକନ ମଧ୍ୟ ମିଳିଛି ହେଲେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । କଟକ ଜିଲ୍ଲା ନିଆଳି ଶାଖା ବାହାରଣା ସେବା ସମବାୟ ସମିତିରେ ରବି ଧାନ ବିକ୍ରି ଚାଲିଥିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ଚାଷୀର ମୋବାଇଲକୁ ମଣ୍ଡିରେ ଧାନ ଦେବା ପାଇଁ ମେସେଜ ଆସିଥିଲେ ବି ସମ୍ପାଦକଙ୍କ ଅସହଯୋଗ ଯୋଗୁ କେତେକ ଚାଷୀଙ୍କର ଟୋକନ ରଦ୍ଦ ହୋଇଯାଇଛି । ଫଳରେ ସେମାନେ ମଣ୍ଡିରେ ଧାନ ଦେଇପାରିନଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ମଣ୍ଡିରେ ଚାଷୀଙ୍କଠାରୁ ପ୍ରଥମେ ଧାନ କିଣାଯିବା ସମୟରେ ଆଇ ସ୍କାନର ନିୟମ ରହିଛି । ହେଲେ ବାହାରଣା ସେବା ସମବାୟ ସମିତିର ସମ୍ପାଦକ କିପରି ପ୍ରଥମେ ଚାଷୀଙ୍କର ଆଇସ୍କାନ କରି ୧୨ ଦିନ ପରେ ମଣ୍ଡିରେ ଧାନ ଉଠାଇଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ କରିଛନ୍ତି ଚାଷୀ । ସମ୍ପାଦକଙ୍କ ଏଭଳି କାର୍ଯ୍ୟ ପାଇଁ ବହୁ ଚାଷୀ ଧାନ ବିକ୍ରି କରିନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

The post ମଣ୍ଡିରେ ବିକ୍ରି ହୋଇପାରୁନି ଧାନ, ନିଆଳି ବାହାରଣା ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ଅଭିଯୋଗ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp