ମଙ୍ଗଳବାର ରାଶିଫଳ
ମେଷ: ମାନସିକ ଅଶାନ୍ତି କାରଣରୁ କର୍ମ ପ୍ରେରଣା ହ୍ରାସ ହୋଇପାରେ । ସାମାଜିକ ପ୍ରତିଷ୍ଠା, ଗୃହ ଭୂମିରେ ଲାଭ, ଉଚ୍ଚ ବର୍ଗର ସହଯୋଗ ଓ ମୂଲ୍ୟବାନ ଦ୍ରବ୍ୟ କ୍ରୟର ସୁଯୋଗ ପାଇବେ । ଯାତ୍ରାରେ କ୍ଷତି, ରାଜନୀତିରେ ସମାଲୋଚିତ ହେବେ ।
ବୃଷ: ବନ୍ଧୁ ପରିସରରେ ଆଦୃତି ମିଳିବ । ପରିବାରର ସଦସ୍ୟମାନେ ଆପଣଙ୍କ ସୁଖ ଦୁଃଖରେ ସମଭାଗୀ ହେବେ । ଆର୍ଥିକ ସ୍ୱଚ୍ଛଳତା, ଯାତ୍ରାରେ ଶୁଭ, ଭୋଗ ବିଳାସ ଦ୍ରବ୍ୟ କ୍ରୟ, ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ବିକଶିତ ହେବ । ରାଜନୀତିରେ ନିଷ୍ଠା ବୃଦ୍ଧି ।
ମିଥୁନ: ଆର୍ଥିକ କ୍ଷୟକ୍ଷତିର ସାମ୍ନା କରିବାକୁ ପଡ଼ିପାରେ । କର୍ମ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଲାଗି ରହିବ । ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ପରିବାରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ବନ୍ଧୁବାନ୍ଧବ ସମ୍ପର୍କରେ ଉନ୍ନତି ଓ ଗୃହରେ ଶୁଭ ମଙ୍ଗଳ କାର୍ଯ୍ୟାରମ୍ଭର ସୂଚନା ।
କର୍କଟ: ସ୍ଥିର ବିଚାରରେ କାର୍ଯ୍ୟ କରି ସଫଳତା ପାଇବେ । ସୃଜନାତ୍ମକ ପ୍ରତିଭାର ବିକାଶ, ଗୁରୁ ଦେବତା ଭକ୍ତି, ପୁରାତନ ରୋଗ ପୀଡ଼ା ପୁନଃ ଆତ୍ମପ୍ରକାଶ କରିପାରେ । ଦୂର ସମ୍ପର୍କୀୟମାନେ ସହଯୋଗ ପ୍ରଦାନ କରିବେ । ରାଜନୀତିରେ ସ୍ଥାନ ସ୍ଥିତି ଦୃଢ଼ ହେବ ।
ସିଂହ: ମନରେ ଅସ୍ଥିରତା ବଢ଼ିବ । ଆୟ ହ୍ରାସ କାରଣରୁ ସଞ୍ଚୟ ଜମା ଉପରେ ଚାପ ପଡ଼ିପାରେ । ଆଚାର ବ୍ୟବହାରରେ ସତର୍କ ନହେଲେ ବନ୍ଧୁବର୍ଗରେ ଅପ୍ରିୟ ହେବେ । ଦୂରଯାତ୍ରା କମ କରିବା ଭଲ । ଗୁରୁ ବ୍ରାହ୍ମଣ ଭକ୍ତି, ଘରତୋଳା କାମ ଆଗେଇବ ।
କନ୍ୟା: ପାରିବାରିକ ଜଞ୍ଜାଳରେ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ସଠିକ ଦାୟିତ୍ୱ ନିର୍ବାହ ସହଜ ହେବ ନାହିଁ । ଦୀର୍ଘସ୍ଥାୟୀ ଅସୁସ୍ଥତାର ପ୍ରାବଲ୍ୟ ଆସିପାରେ । ସନ୍ତାନସନ୍ତତିଙ୍କ ପାଇଁ ଆଶ୍ୱସ୍ତି ମିଳିବ । ଗୃହୋପକରଣ କ୍ରୟରେ ବ୍ୟୟ ଓ ଧର୍ମନିଷ୍ଠା ବଢ଼ିବ ।
ତୁଳା: ସକାଳ ୯ ଘ. ୪୯ ମି. ପର୍ଯ୍ୟନ୍ତ କଲ୍ୟାଣ ଚନ୍ଦ୍ର ଭୋଗ ହେବ । ମନରେ ପ୍ରଶାନ୍ତି, କର୍ମରେ ଶୃଙ୍ଖଳା, ବିବାଦ ଜୟ ଓ ଲୋକ ସମ୍ପର୍କରେ ଉତ୍ସାହିତ ହେବେ । କ୍ରୋଧ ବୃଦ୍ଧି କାରଣରୁ ପାରିବାରିକ ବୁଝାମଣାର ଅଭାବ ଅପରାହ୍ନ ପରେ ଆସିବ । ଯାତ୍ରା ଶୁଭ ।
ବିଛା: ଦିନଟି ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । କର୍ମ ପ୍ରେରଣା ପାଇବେ । ପରିବାରରେ ଶାନ୍ତି ସନ୍ତୋଷ ଅବ୍ୟାହତ ରହିବ । ଅଣ୍ଟା କିମ୍ବା ନିମ୍ନ ଅଙ୍ଗରେ ଅସୁସ୍ଥତା ବଢ଼ିବ । ଅଂଶୀଦାର ବ୍ୟବସାୟରେ କ୍ଷତି ଓ ପ୍ରାପ୍ୟ ମିଳିବାରେ ଅହେତୁକ ବିଳମ୍ବ ଆସିବ ।
ଧନୁ: ଆୟ ଯଥେଷ୍ଟ ହେଲେ ମଧ୍ୟ ତଦନୁସାରେ ବ୍ୟୟର ଆଧିକ୍ୟ ରହିବ । କର୍ମକ୍ଷେତ୍ରରେ ବିରୋଧୀମାନଙ୍କର ସାମ୍ନା କରିବାକୁ ପଡ଼ିପାରେ । ଦେହ ସୁସ୍ଥ ତଥା ନିରୋଗ ରହିବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ, ସାମାଜିକ ପ୍ରତିଷ୍ଠା ତଥା ରାଜନୀତିରେ ଜନାଦୃତି ଲାଭ ହେବ ।
ମକର: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୁନଃ ଗତିଶୀଳ କରିପାରିବେ । ପରିବାରରେ ଉତ୍ତମ ବୁଝାମଣା, ଗୁରୁଜନଙ୍କ ସଦ୍ଦିଚ୍ଛା, ପରୋପକାର, ଋଣ ପରିଶୋଧ ତଥା ଯାନବାହନରେ ଅଯଥା ବ୍ୟୟବରାଦ ଆସିପାରେ । ଆଧ୍ୟାତ୍ମିକ କାର୍ଯ୍ୟରେ ଋଚି ବଢ଼ିବ ।
କୁମ୍ଭ: କର୍ମକ୍ଷେତ୍ରରେ ଗୁରୁତ୍ୱ ବଢ଼ିବ । ଲୋକ ସମ୍ପର୍କରେ ଉନ୍ନତି, ବିବାଦୀୟ କ୍ଷେତ୍ରରେ ସମ୍ମାନ, ଆର୍ଥିକ ସ୍ୱଚ୍ଛଳତା, ନିର୍ମାଣମୂଳକ ଯୋଜନା ପ୍ରସ୍ତୁତି ଓ ମୂଲ୍ୟବାନ ଦ୍ରବ୍ୟ କ୍ରୟର ସମ୍ଭାବନା ଅଛି । ଗୁରୁ ଦେବତା ଭକ୍ତି ପ୍ରତି ଅଧିକ ଆଗ୍ରହୀ ହେବେ ।
ମୀନ: କର୍ମକ୍ଷେତ୍ରରେ ଆକସ୍ମିକ ବିରୋଧର ସାମ୍ନା କରିବେ । ବ୍ରତ ଉପବାସରେ ନିଷ୍ଠା, ମୂଲ୍ୟବାନ ଗୃହୋପକରଣ କ୍ରୟ, ବକେୟା ପ୍ରାପ୍ୟ ଲାଭ, ପରିବାରରୁ ସ୍ନେହ ଶ୍ରଦ୍ଧା ପାଇବେ । ରକ୍ତଚାପ କିମ୍ବା ଉଦର ପୀଡ଼ା ଭୋଗ ହେବ । ରାଜନୀତିରେ ସଂଗଠନ ଦୃଢ଼ ହେବ ।