ଭ୍ୟାକସିନ୍ ମୂଲ୍ୟ ନେଇ ଓଲି ସରକାରଙ୍କୁ ଚୀନ୍ ସରକାରଙ୍କ ନାଲି ଆଖି
ଚୀନର ଏକଚାଟିଆ କାର୍ଯ୍ୟକୁ ପ୍ରାୟ ଦେଶ ପସନ୍ଦ କରୁନଥିବା ବେଳେ ଏବେ ଆଉ ଏକ ଷଡ଼ଯନ୍ତ୍ରର ପର୍ଦାଫାଶ ହୋଇଛି | କରୋନା ସଂକ୍ରମଣକୁ ରୋକିବା ପାଇଁ ଚୀନର ସିନୋଫାର୍ମାଠାରୁ ନେପାଳ ଭ୍ୟାକସିନର ୪୦ ଲକ୍ଷ ଡୋଜ୍ ମଗାଉଛି।ସିନୋଫାର୍ମା ଭ୍ୟାକସିନ୍ର ଏକ ଡୋଜ୍ର ମୂଲ୍ୟ ୧୦ ଡଲାର ରହିଛି,ଯାହାକି ଅନ୍ୟ ଦେଶର ଭ୍ୟାକସିନ୍ ତୁଳନାରେ ଖୁବ୍ ଅଧିକ, କିନ୍ତୁ ଏହି ସବୁ ପରେ ବି ଚୀନ୍କୁ ଖୁସି କରିବା ପାଇଁ ଓଲି ସରକାର ଚୀନଠାରୁ ଏହି ଭ୍ୟାକସିନ୍ କିଣୁଛନ୍ତି। ଚୀନ୍ ଭ୍ୟାକସିନର ଦାମ୍କୁ ନେଇ ନେପାଳରେ ଲୋକଙ୍କର ଅସନ୍ତୋଷ ଦେଖିବାକୁ ମିଳିଛି। ବାଂଲାଦେଶ ଗଣମାଧ୍ୟମରେ ସିନୋଫାର୍ମା ଟିକା ମୂଲ୍ୟ ସମ୍ବନ୍ଧୀୟ ସୂଚନା ପ୍ରକାଶ ପାଇବା ପରେ ବାଂଲାଦେଶ ସରକାର ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଯେ ସିନୋଫାର୍ମା ସମ୍ପର୍କିତ ସୂଚନା ରାଷ୍ଟ୍ରୀୟ ହିତ ଦୃଷ୍ଟି ନକରିବାକୁ। ଅନ୍ୟପକ୍ଷେ ଶ୍ରୀଲଙ୍କାରେ ସିନୋଫାର୍ମା ଟିକାର ଗୋଟିଏ ଡୋଜର ମୂଲ୍ୟ 15 ଡଲାରରେ ରଖାଯାଇଛି, ଯାହା ନେପାଳ ଏବଂ ବାଂଲାଦେଶ ତୁଳନାରେ ୫ ଡଲାର ମହଙ୍ଗା ରହିଛି। ଗୁରୁବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି , ଟିକା ବିଷୟରେ ଚୀନ୍ ସମେତ ଅନେକ ଦେଶ ସହ କଥାବାର୍ତ୍ତା ଚାଲିଛି। ଗଣମାଧ୍ୟରେ ଯେଉଁଭଳି ଟିକାର ଦାମ୍ ଓ ଏହାର କ୍ବାଲିଯିକୁ ନେଇ ରିପୋର୍ଟ ପ୍ରକାଶ ପାଉଛି ତାକୁ ଆମେ ଖଣ୍ଡନ କରୁଛି।
The post ଭ୍ୟାକସିନ୍ ମୂଲ୍ୟ ନେଇ ଓଲି ସରକାରଙ୍କୁ ଚୀନ୍ ସରକାରଙ୍କ ନାଲି ଆଖି appeared first on .