ଭୂମିକମ୍ପରେ ଥରି ଉଠିଲା ତୁର୍କୀ

ଭୂମିକମ୍ପରେ ଥରି ଉଠିଲା ତୁର୍କୀ

ଇସ୍ତାନବୁଲ : ଇଣ୍ଡୋନେସିଆରେ ହୋଇଥିବା ଭୟବହ ଭୂମିକମ୍ପ ଯୋଗୁଁ ସମସ୍ତେ ଆତଙ୍କିତ ଥିବାବେଳେ ବୁଧବାରଦିନ ତୁର୍କୀରେ ଏକ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬ ବୋଲି ଜଣାପଡ଼ିଛି । ଏହି ଭୂମିକମ୍ପ ଯୋଗୁଁ କିଛି ଲୋକ ମୃତାହତ ହୋଇଥିବାର ଆଶଙ୍କା କରାଯାଉଥିଲେ ବି ସେ ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିନାହିଁ ।

ତୂର୍କୀର ଉତ୍ତରପଶ୍ଚିମରେ ଥିବା ଡୁସ ରାଜ୍ୟର ଗୋଲିଆକା ଜିଲ୍ଲାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ତୂର୍କୀର ବିପର୍ଯ୍ୟୟ ଓ ଜରୁରୀକାଳୀନ ସ୍ଥିତି ମୁକାବିଲା ଏଜେନ୍ସି ସୂଚନା ଦେଇଛି । ତେବେ ଏହି ଭୂମିକମ୍ପରେ ଘରଦ୍ବାରଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ଏଜେନ୍ସି କହିଛନ୍ତି । କେତେକ ସ୍ଥାନରେ ଲୋକେ ଆହତ ହେବାର ସୂଚନା ମିଳିଛି । ତୁର୍କୀର ସ୍ବାସ୍ଥ୍ୟମନ୍ତ୍ରୀ  ଫାହରେଟିନ କୋକା କହିଛନ୍ତି ଯେ ଏ ପର୍ଯ୍ୟନ୍ତ ୩୫ ଲୋକ ଆହତ ହୋଇଥିବାର ସୂଚନା ରହିଛି । କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରାୟ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଅଧିକାଂଶ ବ୍ୟକ୍ତି ଭୂମିକମ୍ପ ଯୋଗୁଁ ନୁହେଁ, ବରଂ ଆତଙ୍କରେ ଘର ବାଲକୋନି କିମ୍ବା ଝରକାରୁ ଡେଇଁବା ଫଳରେ ଆହତ ହୋଇଛନ୍ତି ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତ ସୋମବାରଦିନ ଇଣ୍ଡୋନେସିଆର ପଶ୍ଚିମ ଜାଭା ଦ୍ବୀପରେ ଆସିଥିବା  ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୬୮ରେ ପହଞ୍ଚିଛି । ଆହୁରି ୧୫୧ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି । ଏଣୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp