ଭୁବନେଶ୍ୱର ୩୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୯୦ ସୁସ୍ଥ
ଭୁବନେଶ୍ୱର: ଭୁବନେଶ୍ୱରରେ କମୁଛି ସଂକ୍ରମଣ, ଆଉ ସୁସ୍ଥ ସଂଖ୍ୟା ବଢୁଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୩୯ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୨୮୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି ।
Update on newly detected #COVID19 cases in the last
24 hrs under the BMC area on 22nd June (till 9am). pic.twitter.com/4iGUQBTSml
— BMC (@bmcbbsr) June 22, 2021
ବର୍ତ୍ତମାନ ଭୁବନେଶ୍ୱରରେ ୮୭୨୭୪ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୮୫୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଆହୁରି ୧,୪୮୯ କରୋନା ପଜିଟିଭ ଭୁବନେଶ୍ୱରରେ ସକ୍ରିୟ ରହିଛନ୍ତି । ଏଥିସହ ୪୧୧ ଜଣଙ୍କର ମୃତ୍ୟୁ ହୋଇଛି ।
Please follow and like us: