ଭୁବନେଶ୍ୱର ୨୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୨୫୫ ସୁସ୍ଥ

ଭୁବନେଶ୍ୱର ୨୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୨୫୫ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖସୁଛି କରୋନା ଗ୍ରାଫ।  ଗତ ୨୪ ଘଣ୍ଟାରେ ୨୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା‌ ଆକ୍ରାନ୍ତଙ୍କ ସଂଖ୍ୟା ୮୬୬୮୯ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂଖ୍ୟା ୧୮୫୪ରେ ପହଞ୍ଚିଛି।  ଚିହ୍ନଟ  ଆକ୍ରାନ୍ତଙ୍କ ମଧ୍ୟରୁ ୩୨ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୫ଜଣ ରହିଛନ୍ତି।

Update on newly detected #COVID19 cases in the last
24 hrs under the BMC area on 20th June (till 9am). pic.twitter.com/2Ve4scFAmJ

— BMC (@bmcbbsr) June 20, 2021

ସେହିପରି ଆଜି କରୋନାରୁ ୫୩୭ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଧା ରାଜଧାନୀରେ ୮୪୪୧୨ଜଣ ସୁସ୍ଥ ହୋଇଥିବା ବେଳେ ୪୦୨ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp