ଭୁବନେଶ୍ୱର ୨୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୫୫୧ ସୁସ୍ଥ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତଳ ମୁହାଁ ହେଉଛି କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୨୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି ।
Update on newly detected #COVID19 cases in the last
24 hrs under the BMC area on 21st June (till 9am). pic.twitter.com/bXaRIMRGEI
— BMC (@bmcbbsr) June 21, 2021
ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୯୩୫ ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂଖ୍ୟା ୧୫୪୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୧୧ ଜଣ ରହିଛନ୍ତି।
ସେହିପରି ଆଜି କରୋନାରୁ ୫୫୧ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଧା ରାଜଧାନୀରେ ୮୪୯୬୩ ଜଣ ସୁସ୍ଥ ହୋଇଥିବା ବେଳେ ୪୦୭ ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି ।
Please follow and like us: