ଭୁବନେଶ୍ୱର ରେଲୱେ ଷ୍ଟେସନରେ ଆତ୍ମା ଟିକେଟ ଯାଞ୍ଚ କରିବ

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଆତ୍ମା ଟିକେଟ ଯାଞ୍ଚ କରିବ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକସେସ୍ (ATMA) ସିଷ୍ଟମ୍ ସ୍ଥାପିତ ହୋଇଛି।କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ ପକ୍ଷରୁ ଏଭଳି ଏକ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଲଗାଯାଇଛି ।

ଫଳପ୍ରଦ ଟିକେଟ୍ ଯାଞ୍ଚ ବ୍ୟବସ୍ଥା, ଯାତ୍ରୀ ମାନଙ୍କର ନିରାପଦ ସ୍କ୍ରିନିଂ ସୁନିଶ୍ଚିତ କରିବା ଏବଂ କର୍ତ୍ତବ୍ୟରତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବ ।
ପାରାଦୀପ ଫସପେଟ୍ ଲିମିଟେଡ୍ (ପିପିଏଲ୍) କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ସ୍କିମ୍ ରେ ଏହି “ଆତ୍ମା” (ATMA) ସିଷ୍ଟମ୍ ସଂସ୍ଥାପନ କରାଯାଇଛି ।
ଆଉ ଦୁଇଟି “ଆତ୍ମା” (ATMA) ସିଷ୍ଟମ ସ୍ଥାପନ କରାଯିବ, ଗୋଟିଏ ପୁରୀ ରେଳ ଷ୍ଟେସନରେ ଏବଂ ଗୋଟିଏ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନରେ।

ସ°ପ୍ରତି କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ନିଶ୍ଚିତ କରିବା ଏବଂ ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ରେଳବାଇ କର୍ତ୍ତୃପକ୍ଷଙ୍କ  ପାଇଁ ଏକ ବ୍ୟବସ୍ଥାଗତ ଆହ୍ବାନ ଆଣିଛି ।

ଯାତ୍ରୀ ଏବଂ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ସ୍ଥାପିତ ହୋଇଛି। ଏଟିଏମ୍ ଏ ସିଷ୍ଟମ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଯାହା ଯାତ୍ରୀମାନଙ୍କର ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ।

ଏଟିଏମ୍ଏ ସିଷ୍ଟମରେ ଚାରୋଟି ବୈଶିଷ୍ଟ୍ୟ ଅଛି ଯେପରିକି ଆଇ ଆରସିଟିସି (IRCTC) ଆଧାରିତ ଟ୍ରେନ୍ ଟିକେଟ୍ ର କିଉ ଆର୍ (QR) କୋଡ୍ ସ୍କାନ୍ କରିବା ପାଇଁ ବାର୍ କୋଡ୍ ସ୍କାନର୍, ଗୋଟିଏ ସ୍ପିକର, ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ପି ଏନ୍ ଆର୍ ( PNR) ନମ୍ବର କହିପାରିବେ, ଏକ ତାପମାତ୍ରା ସ୍କାନର୍ ଯାହାଦ୍ଵାରା ତାପମାତ୍ରା ମାପାଯାଇପରିବ ଏବଂ ଏକ କ୍ୟାମେରା ଯାହା ଯାତ୍ରୀ ମାସ୍କ ପିନ୍ଧିଛନ୍ତିକି ନାହିଁ ତାହା ନିଶ୍ଚିତ କରିବ ।ନିୟୋଜିତ ଟିକେଟ୍ ଯା°ଚ କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଏକ ନିରାପଦ ଦୂରତ୍ୱରୁ ସମସ୍ତ ଚାରୋଟି ପାରାମିଟରକୁ ଯା°ଚ କରିପାରିବେ ଯାହାଦ୍ୱାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଏବଂ କୋଭିଡ-19 ସଂକ୍ରମଣର ବୃଦ୍ଧିକୁ  ମଧ୍ୟ ରୋକା ଯାଇପାରିବ।

ଭୁବନେଶ୍ୱର ରେଳ ଷ୍ଟେସନରେ ସିଏସ୍ଆର ଯୋଜନା ଅନ୍ତର୍ଗତ  ପିପିଏଲ୍ ଦ୍ଵାରା ଏହି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଯୋଗାଇ ଦିଆଯାଇଛି ।

ଭବିଷ୍ୟତରେ ଆଉ ଏକ ଏଟିଏମ୍ଏ ସିଷ୍ଟମ ପିପିଏଲ ଦ୍ୱାରା ପୁରୀ  ରେଳ ଷ୍ଟେସନ ରେ ଏବଂ ଭିସା ଷ୍ଟିଲ ଲିମିଟେଡ, କଳି°ଗ ନଗର, ଯାଜପୁର ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନରେ ସ୍ଥାପନ କରାଯିବ। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ କର୍ପୋରେଟ୍ ସେଟଅପ୍ ସହିତ ପରାମର୍ଶ କରି ଖୋର୍ଦ୍ଧା ରୋଡ ମଣ୍ଡଳ ଏହି ଅଭିନବ ଯୋଜନା ସ୍ଥାପନା କରିଛି ।

 

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp