ଭିଡିଓ କଲ ନୁହେଁ, ଥାନାରେ ହାଜର ହୁଅ : ଗାଜିଆବାଦ ପୁଲିସ୍‌

ଭାରତରେ ଟ୍ୱିଟରକୁ ନେଇ ବିବାଦ ଲାଗି ରହିଛି | ଜଣେ ମୁସିଲିମ ବ୍ୟକ୍ତିଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲା। ଏହି ଭିଡିଓ ନକଲି ବୋଲି ପୁଲିସ୍‌ କହିବା ସହ ଏହାକୁ ଶେୟାର କରିଥିବା ବିଭିନ୍ନ ବ୍ୟକ୍ତିମାନଙ୍କ ସହ ଟ୍ୱିଟର ବିରୋଧରେ ମାମଲା କରିଛି। ତେବେ ଏହାକୁ ନେଇ ଟ୍ୱିଟର ଇଣ୍ଡିଆର ଏମଡି ମନୀଷ ମାହେଶ୍ୱରୀଙ୍କୁ ଚରମବାଣୀ ଶୁଣାଇଛି ଗାଜିଆବାଦ ପୁଲିସ୍‌। ଭାଇରାଲ ଘଟଣାରେ ପୁଲିସ୍‌ ମନୀଷଙ୍କୁ ୪ ଦିନ ମଧ୍ୟରେ ଦ୍ୱିତୀୟ ଥର ନୋଟିସ କରିଛି। ତାଙ୍କୁ ଥାନାକୁ ଆସି ନିଜର ବୟାନ ରେକର୍ଡ କରାଇବାକୁ ନୋଟିସରେ କୁହାଯାଇଛି। ଭିଡିଓ କଲରେ ନିଜର ପକ୍ଷ ରଖିବାକୁ ଚାହୁଁଥିବା ପୁଲିସ୍‌କୁ କହିଥିଲେ।

ହେଲେ ପୁଲିସ୍‌ ଭିଡିଓ କଲ ନୁହେଁ, ବରଂ ଥାନାରେ ହାଜର ହେବାକୁ ନୋଟିସରେ କହିଛି। ଗାଜିଆବାଦ ପୁଲିସ ମନୀଷଙ୍କୁ ପଠାଇଥିବା ନୋଟିସ୍‌ରେ ବ୍ୟକ୍ତିଗତ ଭରବେ ଜୁନ୍‌ ୨୪ରେ ଲୋନି ବର୍ଡର ପୁଲିସ୍‌ ଷ୍ଟେସନରେ ହାଜର ହେବାକୁ କହିଛି। ଏସ୍‌ପି(ଗ୍ରାମୀଣ) ଆଇରାଜ ରାଜା କହିଛନ୍ତି, “ଗତ ସପ୍ତାହରେ ସିଆରପିସିର ସେକସନ ୧୬୬ ଅନୁଯାୟୀ ଆମେ ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ପଠାଇଥିବା ନୋଟିସର ଜବାବ ପାଇଛୁ।ମାହେଶ୍ୱରୀ ଜବାବରେ କହିଛନ୍ତି ଯେ ସେ ଭିଡିଓ କନଫରେନ୍ସିଂ ଜରିଆରେ ତଦନ୍ତରେ ସାମିଲ ହେବାକୁ ଚାହାନ୍ତି। ତେବେ ଏହାକୁ ଅଗ୍ରାହ୍ୟ କରାଯାଇଛି। ଦ୍ୱିତୀୟ ନୋଟିସରେ ତାଙ୍କୁ ୨୪ ତାରିଖ ଦିନ ୧୦.୩୦ରେ ବ୍ୟକ୍ତିଗତ ଭାବେ ଥାନାରେ ହାଜର ହେବାକୁ କୁହାଯାଇଛି।”

The post ଭିଡିଓ କଲ ନୁହେଁ, ଥାନାରେ ହାଜର ହୁଅ : ଗାଜିଆବାଦ ପୁଲିସ୍‌ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp