ଭାରତ ବିଜୟ ଲାଭ କରିବା ପରେ ସୂର୍ଯ୍ୟକୁମାରଙ୍କ ହାତକୁ ଚୁମ୍ବନ ଦେଇ ଭାଇରାଲ୍ ହେଲେ ଚହଲ
ନୂଆଦିଲ୍ଳୀ: ଶନିବାର ଶ୍ରୀଲଙ୍କା ବିପକ୍ଷରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ବିଜୟ ଲାଭ କରିଛି ଭାରତ। ଭାରତର ଏହି ବିଜୟ ପରେ ସ୍ପିନର୍ ୟୁଜଭେନ୍ଦ୍ର ଚହଲ ଲୋକଙ୍କ ଦୃଷ୍ଟି ଆକର୍ଷଣର କାରଣ ପାଲଟିଛନ୍ତି। ମ୍ୟାଚ୍ରେ ଏକାକୀ ୧୧୨ ରନ୍ କରି ମ୍ୟାଚ୍କୁ ଜିତାଇବାରେ ଗୁରତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସୂର୍ଯ୍ୟକୁମାରଙ୍କ ହାତକୁ ଖୁସିରେ ଚହଲ ଚୁମ୍ବନ କରୁଥିବାର ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୂର୍ଯ୍ୟକୁମାର ରାଜକୋଟରେ ଖେଳା ଯାଉଥିବା ଏହି ଟି-୨୦ ମ୍ୟାଚ୍ରେ ମାତ୍ର ୫୧ ବଲ୍ରେ ୧୧୨ ରନ୍ କରିଥିବା ବେଳେ ଭାରତ ସମୁଦାୟ ୫ ୱିକେଟ୍ ବିନିମୟରେ ୨୨୮ ରନ୍ କରିବାରେ ସଫଳ ହୋଇଥିଲା। ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ହେତୁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଚହଲ।
— Guess Karo (@KuchNahiUkhada) January 8, 2023
ଏହି ମ୍ୟାଚରେ ଖେଳିଥିବା ଖେଳାଳିମାନେ ହେଲେ,
ଭାରତ: ଈଶାନ କିଶନ, ଶୁବମନ ଗିଲ୍, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ଅକ୍ଷର ପଟେଲ୍, ଶିବମ ମାଭି, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ସାଦିରା ସମରବିକ୍ରମା/ଭାନୁକା ରାଜପକ୍ଷ, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷ୍ଣା, କାସୁନ ରଜିଥା, ଦିଲସାନ୍ ମଧୁଶଙ୍କା।