ଭାରତୀୟ କ୍ରିକେଟରରୁ ୟୁପିଏସସି ଅଧିକାରୀ
ନୂଆଦିଲ୍ଲୀ: ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ କେନ୍ଦ୍ରର ଜନସେବା ଆୟୋଗ ପରୀକ୍ଷା (ୟୁପିଏସସି) ହୋଇଥାଏ । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ରହିଥାଏ ୟୁପିଏସସି ପରୀକ୍ଷା କ୍ରାକ୍ କରି ଆଇଏଏସ-ଆଇପିଏସ ଅଧିକାରୀ ହେବା ପାଇଁ । ଏଥିପାଇଁ ପ୍ରତିବର୍ଷ ହଜାର ସଂଖ୍ୟା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । କେବଳ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇନଥାନ୍ତି ଅନେକ ବଡ ବଡ ପଦବୀମାନଙ୍କରେ ଥିବା ବ୍ୟକ୍ତିତ୍ବ ମଧ୍ୟ ଏହି ପରୀକ୍ଷା ଦେଇଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀୟ କ୍ରିକେଟରେ ଜଣେ ଏମିତି ଖେଳାଳି ଥିଲେ ଯିଏ ଆନ୍ତର୍ଜାତିକ କ୍ରିକେଟରେ ଡେବ୍ୟୁ କରିବା ପୂର୍ବରୁ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧିକାରୀ ହୋଇଥିଲେ । ସେ ହେଉଛନ୍ତି ପୂର୍ବ ଭାରତୀୟ କ୍ରିକେଟର ଅମୟ ଖୁରାସିୟା ।
ଅମୟ ୧୯୭୨ ମସିହାରେ ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ସେ ୨୭ ବର୍ଷ ବୟସରେ ୧୯୯୯ ମସିହାରେ ଭାରତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପୂର୍ବରୁ ସେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ପେପ୍ସି କପରେ ଅମୟ ଡେବ୍ୟୁ କରିଥିଲେ । ତାଙ୍କର ଡେବ୍ୟୁ ମ୍ୟାଚରେ ୪୫ ବଲରେ ୭୫ ରନ୍ କରିବା ପରେ ତାଙ୍କୁ ଏହି ମ୍ୟାଚରେ କିଛି ଖାସ୍ ସଫଳତା ମିଳିପାରିନଥିଲା । ଏହାପରେ ସେ ମଧ୍ୟପ୍ରଦେଶ ପାଇଁ ୧୧୯ ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିଲେ ଏଥିରେ ସେ ୭୦୦୦ ରୁ ଅଧିକ ରନ କରିଥବା ବେଳେ ସେ ଲେପ୍ଟ ହ୍ୟାଣ୍ଡ ବ୍ୟାଟ୍ସ ମ୍ଯାନ ଭାବରେ ପରିଚିତ ଥିଲେ।
The post ଭାରତୀୟ କ୍ରିକେଟରରୁ ୟୁପିଏସସି ଅଧିକାରୀ appeared first on .