ଭାରତରେ ତୃତୀୟ ପ୍ରବାହ ୬ ରୁ ୮ ସପ୍ତାହ ମଧ୍ୟରେ ହୋଇପାରେ : ରଣଦୀପ ଗୁଲେରିଆ
ଦେଶରେ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ କମିଥିବା ବେଳେ ବର୍ତ୍ତମାନ ତୃତୀୟ ଲହର ଆସିବା ନେଇ ଚିନ୍ତାରେ କେନ୍ଦ୍ର ସରକାର | ଭାରତରେ ତୃତୀୟ କୋଭିଡ୍ ପ୍ରବାହ ଅନିବାର୍ଯ୍ୟ ବୋଲି କହିଛନ୍ତି ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି | ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ଭାରତ ରେ କରୋନାର ତୃତୀୟ ଲହର ପ୍ରବାହ ନେଇ ସମ୍ଭାବନା ରହିଛି | ସେ କହିଛନ୍ତି, ଦେଶର ମୁଖ୍ୟ ସମସ୍ୟା ହେଲା ଏତେ ସଂଖ୍ୟକ ଜନତାଙ୍କୁ ଟିକା ଦେବା। ତେଣୁ, ଅଧିକ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ‘କୋଭିସିଲ୍ଡ୍’ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯିବା ମନ୍ଦ କଥା ନୁହେଁ। ଟିକା ନ ନେବା ପର୍ଯ୍ୟନ୍ତ, ଆଗାମୀ ମାସ ସବୁ ଆମ୍ଭମାନଙ୍କ ପାଇଁ ବିପଦମୁକ୍ତ ନୁହେଁ। ତେଣୁ, ହଟ୍ସ୍ପଟ୍ ଜୋନ୍ଗୁଡ଼ିକରେ ‘ଟେଷ୍ଟିଙ୍ଗ୍, ଟ୍ରାକିଙ୍ଗ୍ ଏବଂ ଟ୍ରିଟିଙ୍ଗ୍’ କରାଯିବା ଉଚିତ ବୋଲି ସେ ଗୁରୁତ୍ବ ଦେଇ କହିଛନ୍ତି।
ଜାତୀୟସ୍ତରରେ ସଂକ୍ରମଣ ମାମଲା ବୃଦ୍ଧି ପାଇଁ କିଛି ସମୟ ଲାଗିବ। କିନ୍ତୁ, ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ବା ଆଉ ଟିକେ ବିଳମ୍ବରେ ତୃତୀୟ ପ୍ରବାହ ଘଟିପାରେ। ସବୁ କଥା କୋଭିଡ୍-ଯୋଗ୍ୟ ଆଚରଣ ଏବଂ ଜନଗହଳି ପ୍ରତିହତ କରାଯିବା ଉପରେ ନିର୍ଭର କରୁଛି। ପ୍ରଥମ ଓ ଦ୍ବିତୀୟ ସଂକ୍ରମଣ ପ୍ରବାହ ମଧ୍ୟରେ ଯାହା ଘଟିଲା ସେଥିରୁ ଆମେ କିଛି ଶିକ୍ଷାଲାଭ କରିଥିବା ପରି ମନେହୁଏ ନାହିଁ। ପୁଣି ଜନଗହଳି ହେଉଛି. ଲୋକେ ଏକତ୍ର ହେଉଛନ୍ତି ବୋଲି କହିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି, ଆମେ ‘ଅନ୍ଲକିଙ୍ଗ୍’ ଆରମ୍ଭ କରିଥିବାରୁ ‘କୋଭିଡ୍-ଯୋଗ୍ୟ ଆଚରଣ’ ଉଲ୍ଲଂଘନ ହେଉଛି।
The post ଭାରତରେ ତୃତୀୟ ପ୍ରବାହ ୬ ରୁ ୮ ସପ୍ତାହ ମଧ୍ୟରେ ହୋଇପାରେ : ରଣଦୀପ ଗୁଲେରିଆ appeared first on .