ଭାରତରେ ଅନୁମୋଦନ ପ୍ରକ୍ରିୟାର ଫାଇନାଲ ଷ୍ଟେଜ୍‌ରେ ଫାଇଜର

ଭାରତରେ ଅନୁମୋଦନ ପ୍ରକ୍ରିୟାର ଫାଇନାଲ ଷ୍ଟେଜ୍‌ରେ ଫାଇଜର

 ନୂଆଦିଲ୍ଲୀ: ଭାରତରେ କୋରୋନା ଟୀକାକରଣ କାର୍ଯ୍ୟକ୍ରମରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛି ଆଉ ଏକ ଭ୍ୟାକ୍ସିନ । ଫାଇଜର ଭ୍ୟାକ୍ସିନ ଭାରତରେ ଅନୁମୋଦନ ପ୍ରାପ୍ତ କରିବାର ଫାଇନାଲ ଷ୍ଟେଜ୍‌ରେ ଥିବା ଦାବି କରିଛି ଆମେରିକା ସ୍ଥିତ ଫାର୍ମା କମ୍ପାନୀ ।

ଫାଇଜରର ସିଇଓ ଦାବି କରିଛନ୍ତି ଯେ ,କମ୍ପାନୀ ଟିକା ଭାରତରେ ଅନୁମୋଦନ ପାଇବା ପାଇଁ ଶେଷ ପର୍ଯ୍ୟାୟରେ ଅଛି। ଖୁବ ଶୀଘ୍ର କମ୍ପାନୀ ସହ ଭାରତ ସରକାରଙ୍କ ଚୁକ୍ତି ହୋଇପାରେ ବୋଲି ଆଶା ପ୍ରକଟ କରିଛନ୍ତି ସିଇଓ ଆଲବର୍ଟ ବୋରଲା ।ଗତ ମାସରେ ଫାଇଜର କହିଥିଲା ଯେ ଭାରତକୁ ଏହାର କମ୍ପାନୀ 5 କୋଟି ଡୋଜ ଦେବାକୁ ପ୍ରସ୍ତୁତ ରହିଛି । ତେବେ କ୍ଷତିପୂରଣ ନିୟମ ସହିତ କମ୍ପାନୀ କିଛି ରେଗୁଲେଟରୀ ରିଲାକ୍ସସେସନ ମଧ୍ୟ ମାଗିଥିଲା।

ଏହା ପୂର୍ବରୁ ଖବର ଆସିଥିଲା ​​ଯେ ଟୀକାକରଣ ପାଇଁ ଭାରତ ସରକାର ଶୀଘ୍ର ବିଦେଶୀ କୋଭିଡ ଟିକା ଫାଇଫାଇଜରକୁ ଅନୁମୋଦନ କରିପାରନ୍ତି। ଏହା ସହିତ ଫାଇଜର କମ୍ପାନୀ ମଧ୍ୟ ଆଇନଗତ ଦାୟିତ୍ବରୁ ସୁରକ୍ଷା ପାଇପାରିବ । ଏପ୍ରିଲରେ କୋଭିଡ ଟିକା ପ୍ରସ୍ତୁତ କରିବାକୁ ଭାରତ ଫାଇଜର, ମୋଡର୍ନା ଏବଂ ଜନସନ ଆଣ୍ଡ ଜନସନଙ୍କୁ ଆମନ୍ତ୍ରଣ କରିଥିଲା । ହେଲେ ବର୍ତ୍ତମାନସୁଦ୍ଧା କେନ୍ଦ୍ର ସରକାର ଏବଂ କମ୍ପାନୀ ମଧ୍ୟରେ କୌଣସି ଚୁକ୍ତିନାମା ହୋଇପାରି ନାହିଁ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp