ବ୍ଲାକ୍‌ ଫଙ୍ଗସ୍ ପାଇଁ ଝାଡ଼ଖଣ୍ଡରେ ହାଇ ଆଲର୍ଟ

ବ୍ଲାକ୍‌ ଫଙ୍ଗସ୍ ପାଇଁ ଝାଡ଼ଖଣ୍ଡରେ ହାଇ ଆଲର୍ଟ

ରାଞ୍ଚି: ଝାଡ଼ଖଣ୍ଡରେ ମ୍ୟୁକର୍ମାଇକୋସିସ୍ ବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସବୁ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା‌ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ୨୪ଟି ଜିଲ୍ଲା ମଧ୍ୟରୁ ୧୮ଟି ଜିଲ୍ଲାରେ ମୋଟ ୭୯ ଜଣ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିବାବେଳେ ୫୩ ଜଣଙ୍କୁ ଏହି ରୋଗ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଉକ୍ତ ରୋଗରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ୫୦ ଜଣ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି ବୋଲି ଝାଡ଼ଖଣ୍ଡ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦ୍ଦେଶକ ରବି ଶଙ୍କର ଶୁକ୍ଳା କହିଛନ୍ତି। ଗତମାସରେ ରାଜ୍ୟ ସରକାର ଏହି ରୋଗ ସଂପର୍କରେ ତଥ୍ୟ ରଖିବାକୁ ଆଇଡିଏସ୍‌ପିକୁ ନିର୍ଦ୍ଦେଶ ଦେଇଥିଲେ। ସବୁ ଜିଲ୍ଲାର ଚିକିତ୍ସକମାନଙ୍କୁ ନୂତନଭାବେ ଭାବେ ଚିହ୍ନଟ ଏବଂ ସନ୍ଦିଗ୍ଧ ସଂକ୍ରମିତଙ୍କ ସଂପର୍କରେ ଆଇଡିଏସ୍‌ପିକୁ ସୂଚନା ଦେବା ପାଇଁ କୁହାଯାଇଥିଲା। ରାଞ୍ଚିରେ ସର୍ବାଧିକ ୪୬ଟି ମାମଲା ସାମ୍ନାକୁ ଆସିଛି। ଏଥିରୁ ୨୬ଟି ମାମଲା ସ୍ପଷ୍ଟ ହୋଇଥିବାବେଳେ ୧୭ଟି ମାମଲା ସନ୍ଦେହଜନକ ରହିଛି। ଏମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ସିଂହଭୂମ ଜିଲ୍ଲାରେ ୨୧ ଜଣ ଠାବ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଯେଉଁ ଜିଲ୍ଲାରେ ଅଧିକ ସଂଖ୍ୟକ ବ୍ଲାକ ଫଙ୍ଗସ୍‌ ରୋଗୀ ଠାବ ହୋଇଛନ୍ତି ସେହି ଜିଲ୍ଲାଗୁଡ଼ିକ ହେଲା ହଜାରିବାଗ (୧୦), ଗରୱା (୮), ରାମଗଡ଼ (୭), ଗିରିଡିହ ଏବଂ ପାଲାମା( ୬ ଜଣ ଲେଖାଏଁ)। ଅଧିକ ସଂଖ୍ୟକ ରୋଗୀ ରାଞ୍ଚି ଏବଂ ‌ଜାମସେଦପୁର ଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

The post ବ୍ଲାକ୍‌ ଫଙ୍ଗସ୍ ପାଇଁ ଝାଡ଼ଖଣ୍ଡରେ ହାଇ ଆଲର୍ଟ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp