ବ୍ରହ୍ମଗିରି: ନଷ୍ଟ ହେଲା କଇଁଚ ଅଣ୍ଡା

ବ୍ରହ୍ମଗିରି: ନଷ୍ଟ ହେଲା କଇଁଚ ଅଣ୍ଡା

ବ୍ରହ୍ମଗିରି : ହଜାର ହଜାର ମାଇଲ ଅତିକ୍ରମ କରି ଆସୁଥିବା ବିରଳ ପ୍ରଶାନ୍ତ ମହାସାଗରୀୟ ଅଲିଭ୍‌ରିଡ୍‌ଲେ କଇଁଚ୍ଛ ଓଡିଶା ଉପକୂଳକୁ ଅଣ୍ତା ଦେବାକୁ ଆସିଥାନ୍ତି। ଶାନ୍ତ ପରିବେଶରେ ଅଣ୍ତା ଦେଇ ପୁଣି ଫେରି ଯାଇଥାନ୍ତି। ସେଥିପାଇଁ ସରକାର ଉପକୂଳ ଠାରୁ ୧୧ କିଲୋମିଟର ପର୍ଯ୍ୟନ୍ତ ୪ ମାସ ମାଛ ଧରା ଉପରେ କଟକଣା ଜାରି କରିଥାନ୍ତି। ଅନେକ ସଚେତନତା କାର୍ଯ୍ୟକ୍ରମ କରିଥାନ୍ତି। ତଥାପି କୁଢ କୁଢ ଅଲିଭ୍‌ରିଡ୍‌ଲେଙ୍କ ଶବ ଉପକୂଳରୁ ବନ ବିଭାଗ ଉଦ୍ଧାର କରିଥାଏ। ଅଣ୍ତାଗୁଡିକୁ ଉପକୂଳରୁ ଉଦ୍ଧାର କରି ହାଚେରିରେ ରଖିଥାଏ। ପୁଣି ଛୁଆ ଫୁଟିବା ପରେ ସମୁଦ୍ରକୁ ଏମାନେ ଯାଇଥାନ୍ତି। କିନ୍ତୁ ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ଇଲାକାରେ କଇଁଚ୍ଛଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ଛିଡା ହୋଇ ଆସୁଛି।

ଏହି ରେଞ୍ଜ ପୁରୀର ମଙ୍ଗଳା ନଈ ଠାରୁ ବାଲିହରଚଣ୍ତି ମୁହାଣ ଦୀର୍ଘ ୨୨ କିଲୋମିଟର ପର୍ଯ୍ୟନ୍ତ ରହିଛି। ୨୦୦୭ ମସିହାରୁ ବନ ବିଭାଗ ପ୍ରଥମେ ଏହି ଉପକୂଳରୁ ଅଣ୍ତା ସଂଗ୍ରହ କରିବା ଆରମ୍ଭ କରିଥିଲା। ୨୦୧୩ ମସିହା ପର୍ଯ୍ୟନ୍ତ ଅଣ୍ତା ସଂଗ୍ରହ କରି ହାଚେରିରେ ରଖି ଛୁଆ ଫୁଟିବା ପରେ ସମୁଦ୍ରକୁ ଛାଡି ଆସୁଥିଲା। ଏହା ପରେ ଉପକୂଳ ଢାଲୁ ଦର୍ଶାଇ ଆଉ ଅଣ୍ତା ସଂଗ୍ରହ ହେଲା ନାହିଁ। ଶବ ଗୋଟାଇ ରେକର୍ଡ କଲା। କିନ୍ତୁ ଚଳିତ ବର୍ଷ ବନ ବିଭାଗ ପୁଣି ଥରେ ଉଦ୍ୟମ ଆରମ୍ଭ କରିଥିଲା। ଫେବ୍ରୁଆରି ମାସରେ ପ୍ରଥମ ବସାରୁ ୧୧୦ଟି ଅଣ୍ତା ସଂଗ୍ରହ କରି ବାଲିହରଚଣ୍ତି ବିଟ୍‌ ଠାରେ ଅସ୍ଥାୟୀ ହାଚେରିରେ ରଖିଲା। ପୁଣି ମାର୍ଚ୍ଚ ମାସରେ ଆଉ ୧୭ଟି ବସାରୁ ଅଣ୍ତା ସଂଗ୍ରହ କରି ହାଚେରିକୁ ଆଣିଲା। ମୋଟ ୨ହଜାର ୩୩୩ଟି ଅଣ୍ତା ସଂଗ୍ରହ କଲା। ସେଥିମଧ୍ୟରୁ ମାତ୍ର ୧୩ ଶହ ଛୁଆ ଫୁଟି ସମୁଦ୍ରକୁ ଗଲେ। ବାକି ଅଣ୍ତା ସବୁ ନଷ୍ଟ ହୋଇଗଲା।

ଦୀର୍ଘ ଦିନ ଧରି ଅଣ୍ତା ନ ଫୁଟିବା ଏବଂ ବର୍ଷା ହେବା ଯୋଗୁ ଥଣ୍ତା ପଡିବାରୁ ହାଚେରୀରେ ରଖା ଯାଇଥିବା ଅଣ୍ତା ନଷ୍ଟ ହୋଇଥିବା ସ୍ଥାନୀୟ ବନ ବିଭାଗ କହିଲା। ଏତେ ସଂଖ୍ୟକ ଅଣ୍ତା ନଷ୍ଟ ହେବା ଏବେ କଇଁଚ୍ଛଙ୍କ ସୁରକ୍ଷା ନେଇ ସାଧାରଣରେ ଯେତିକି ପ୍ରଶ୍ନ ଉଠିଛି ସେତିକି ବନ୍ୟଜନ୍ତୁ ପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

The post ବ୍ରହ୍ମଗିରି: ନଷ୍ଟ ହେଲା କଇଁଚ ଅଣ୍ଡା first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp