ବୋରିଗୁମ୍ମା ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଲାଗିଥିବା ୨୬ଟି କ୍ୟାମେରା ଅଚଳ, ମାସେ ବିତିଥିଲେ ବି ହେଉନି ମରାମତି

ବୋରିଗୁମ୍ମା ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଲାଗିଥିବା ୨୬ଟି କ୍ୟାମେରା ଅଚଳ, ମାସେ ବିତିଥିଲେ ବି ହେଉନି ମରାମତି

ବୋରିଗୁମ୍ମା: ବୋରିଗୁମ୍ମା ସହରର ବିଭିନ୍ନ ଛକରେ ଲାଗିଥିବା ୨୬ଟି କ୍ୟାମେରା ଅଚଳ। ଅଚଳ ହୋଇ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ଏହାର ମରାମତି ହୋଇପାରି ନାହିଁ। ଫଳରେ ଏବେ ରୋଡ଼ ରୋମିୟ ,ଗୁଣ୍ଡାଗିରି ମାରପିଟି, ଚୋରି ଡକାୟତି, ଗଞ୍ଜାଇ ଚାଲାଣ ଭଳି ଅପରାଧୀଙ୍କୁ ଚେକମେଟ ଦେବାକୁ ବୋରିଗୁମ୍ମା ପୁଲିସକୁ କାଠିକର ପାଠ ହେବ।

ସହରର ପ୍ରତି ଛକ ଏବଂ ସହରର ମୁଖ୍ୟ ସଡକ ଗୁଡିକରେ ଲାଗିଛି ୨୬ରୁ ଊର୍ଦ୍ଧ୍ୱ କ୍ୟାମେରା। ଏସବୁ କ୍ୟାମେରା ସାହାଯ୍ୟରେ ସହରର ପ୍ରତିଟି ଛକର ପ୍ରତିଟି ଦୃଶ୍ୟ ଥାନାରେ ଲାଗିଥିବା  ଲିଡ୍‌ ଟିଭି ମାଧ୍ୟମରେ ଦେଖି ପାରୁଥିଲା ପୁଲିସ । ଏହି ସବୁ କ୍ୟାମେରା ସହରରେ ଘଟାଉଥିବା ପ୍ରତିଟି ଅପରାଧୀକୁ ଚିହ୍ନଟ କରିବାରେ ବେଶ୍‌ ସହାୟକ ହେଉଥିଲା। କିନ୍ତୁ ଗତ ଏକ ମାସ ହେଲା ଓଡ଼ିଶା -ଛତିଶଗଡ଼କୁ ସଂଯୋଗ କରୁଥିବା ୬୩ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚାଲାଣ ସାଙ୍ଗକୁ ଡକାୟତି ଭଳି ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କ ଗତିବିଧିକୁ ଜାଣି ପାରୁ ନାହି ପୁଲିସ।

ବୋରିଗୁମ୍ମା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା। ଏହାକୁ ରୋକିବା ପାଇଁ ଗତ ୧୭/୦୫/୨୦ ତାରିଖ ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କ ବିଧାୟକ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ବୋରିଗୁମ୍ମା ସହରର ଗହଳିପୂର୍ଣ ଛକ ବେଙ୍କ, ମେଡିକାଲ ,ବ୍ଲକ, ତହସିଲ ଏବଂ ସ୍କୁଲ ଭଳି ସ୍ଥାନମାନଙ୍କରେ ମୋଟ ୨୬ଟି କ୍ୟାମେରା ଲଗାଇଥିଲେ। ସହର କ୍ୟାମେରା ବଳୟ ମଧ୍ୟରେ ରହିବା କାରଣରୁ ଅପରାଧୀମାନେ ଅପରାଧ ଘଟାଇବା ପାଇଁ ଭୟ କରୁଥିଲେ। ଏହି କ୍ୟାମେରା ଲାଗିବା ଦିନଠାରୁ ବୋରିଗୁମ୍ମା ସହରରେ ଅପରାଧର ହାର କମିଥିଲା। କିନ୍ତୁ ଏହାର ସଠିକ ପରିଚାଳନା ଅଭାବ କାରଣରୁ ଗତ ଏକମାସ ହେବଣି ସବୁ କ୍ୟାମେରା ଅଚଳ ହୋଇଛି। ଏସବୁ ଜାଣି ମଧ୍ୟ ଚୁପ ବସିଛି ବୋରିଗୁମ୍ମା ପୁଲିସ।

ଏସବୁ କ୍ୟାମେରା ଖରାପ ହୋଇଥିବା ଜାଣିବା ମାତ୍ରେ ଦୀର୍ଘ ଦିନ ଧରି ଚୁପ ରହିଥିବା ମାଫିଆମାନେ ପୁଣି ବୋରିଗୁମ୍ମା ଅଞ୍ଚଳରେ ସକ୍ରିୟ ହେଉଥିବେ ଆଉ ଅପରାଧ କାର୍ଯ୍ୟ ଆରମ୍ଭ କରିଦେବେ। ଏଥି ପୂର୍ବରୁ ସହରର ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବାପାଇଁ ଏସବୁ କ୍ୟାମେରାକୁ ତୁରନ୍ତ ମରାମତି କରାଇବା ନେଇ ସହରବାସୀ ଦାବି କରୁଛନ୍ତି। ସେପଟେ ରାଜ୍ୟ ବାହାର ଅପରାଧୀମାନେ ମଧ୍ୟ କିଛି ଦିନ ହେବଣି କୋରାପୁଟ ଜିଲ୍ଲାରେ ଅନେକ ସ୍ଥାନରେ ଅପରାଧ କରି ପୁଲିସକୁ ଚକମା ଦେଇ ଘଟଣା ସ୍ଥଳରୁ ଖସିଯାଇ ପଡୋଶୀ ରାଜ୍ୟ ଆନ୍ଧ୍ର, ଛତିଶଗଡ଼କୁ ପଳାୟନ କରିବାରେ ସଫଳ ହେଉଛନ୍ତି। ବୋରିଗୁମ୍ମା ସହରର ହାଟପଦା ଛକ ନିକଟରେ ଟ୍ରାଫିକ ସମସ୍ୟା ଲାଗି ରହିଛି, ଆଉ ଯୁବକମାନେ ବାଇକ ଓଭର ସ୍ପିଡ଼ ଚାଳନା ସାଙ୍ଗକୁ ରୋଡ଼ ରୋମିୟଙ୍କ ପାଦ୍ରୁଭାବ ମଧ୍ୟ ପରିଲକ୍ଷିତ ହେଉଛି। ଏସବୁ କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ରାତ୍ରି କାଳୀନ ପେଟ୍ରୋଲିଂକୁ ମଧ୍ୟ କଡାକଡି କରିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି। ଘଟଣାକୁ ନେଇ ବୋରିଗୁମ୍ମା ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି ଏସବୁ କ୍ୟାମେରାକୁ ତୁରନ୍ତ ମରାମତି କରିବା ପାଇଁ କୁହାଯାଇଛି ଏବଂ ଅତି ଶୀଘ୍ର ଏସବୁର ମରାମତି ହୋଇଯିବ ବୋଲି ସଫେଇ ଦେଇଛନ୍ତି।

The post ବୋରିଗୁମ୍ମା ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଲାଗିଥିବା ୨୬ଟି କ୍ୟାମେରା ଅଚଳ, ମାସେ ବିତିଥିଲେ ବି ହେଉନି ମରାମତି first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp