ବେହାଲ ଷ୍ଟିଲ୍ ସିଟିର ବର୍ତମାନ ସ୍ଥିତି । ରାଉରକେଲା ସହରରେ ସିୱେଜ ଓ ଗ୍ୟାସ ଲାଇନ୍ ପ୍ରକଳ୍ପ କାମ ଚାଲିଥିବାରୁ ବିପର୍ଯ୍ୟସ୍ତ ରାସ୍ତାଘାଟ

ବେହାଲ ଷ୍ଟିଲ୍ ସିଟିର ବର୍ତମାନ ସ୍ଥିତି । ରାଉରକେଲା ସହରରେ ସିୱେଜ ଓ ଗ୍ୟାସ ଲାଇନ୍ ପ୍ରକଳ୍ପ କାମ ଚାଲିଥିବାରୁ ବିପର୍ଯ୍ୟସ୍ତ ରାସ୍ତାଘାଟ

କନକ ବ୍ୟୁରୋ: ଯୁଆଡେ ଦେଖିବ କାଦୁଅ ପଚପଚ ଆଉ ବଡ଼ବଡ଼ ଗାତ । ସ୍ମାର୍ଟସିଟି ରାଉରକେଲାର ଚାରିଆଡେ ରାସ୍ତାଘାଟ ଅବସ୍ଥା ବିପର୍ୟ୍ୟସ୍ତ। କର୍ତ୍ତୃପକ୍ଷ ଯାହା ଆଳ ଦେଖାନ୍ତୁ ନା’ କାହିଁକି, ଏହା ହିଁ ହେଉଛି ସତ।

ରାଉରକେଲା ସହରରେ ମାଟିତଳ ସିୱେଜ ଓ ଗ୍ୟାସ ଲାଇନ ପ୍ରକଳ୍ପ କାର୍ୟ୍ୟ ଜାରି ରହିଛି। ଫଳରେ ଅଧିକାଂଶ ଅଞ୍ଚଳରେ କେଉଁଠି ରାସ୍ତା ଉପରେ ମାଟିଗଦା ତ’ ଆଉ କେଉଁଠି ବଡ଼ବଡ଼ ଗାତ। ଫଳରେ ଛୋଟବଡ଼ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଆଉ ବର୍ଷାରେ କାଦୁଅ ପଚପଚ ରାସ୍ତା ଓ ଖରାରେ ଧୂଳିଧୂଆଁକୁ ସାଥି କରିନେଇଛନ୍ତି ସହରବାସୀ। ବର୍ଷବର୍ଷ ଧରି ଏଭଳି ଦୁର୍ଗତିର ସମ୍ମୁଖୀନ ହୋଇ ଆସୁଛନ୍ତି ସହର ବାସିନ୍ଦା।

ସ୍ମାର୍ଟସିଟିର ଉନ୍ନୟନ ପ୍ରକଳ୍ପରେ ଯେଉଁ ଠିକା ସଂସ୍ଥା ନିୟୋଜିତ ହୋଇଛନ୍ତି, ସେମାନଙ୍କ ମନମାନି ଓ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ବାରମ୍ବାର ଅଭିଯୋଗ ଓ ବିଭିନ୍ନ ମାଧ୍ୟମରେ ଆରଏମସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କେବଳ ଆଶ୍ୱସନା ମିଳୁଛି। କେତେକାଂଶରେ ତାଳିପକା ମରାମତି କାର୍ୟ୍ୟ ହେଉଥିଲେ ହେଁ, ଲୋକଙ୍କୁ କିଛିଦିନ ପରେ ସେଇ ସମାନ ଅବସ୍ଥାର ସମ୍ମୁଖୀନ ହେବାକୁ ପଡୁଛି।

ଏନେଇ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା କୋଭିଡ ଯୋଗୁଁ ଆବଶ୍ୟକ ମାନବ ସମ୍ବଳ ଉପଲବ୍ଧ ହେଉନଥିବାରୁ ସମସ୍ୟା ଉପୁଜିଛି। ପର୍ୟ୍ୟାୟକ୍ରମେ ବିପର୍ୟ୍ୟସ୍ତ ରାସ୍ତାଘାଟର ମରାମତି କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଆରଏମସି କମିଶନର ତଥା ସ୍ମାର୍ଟସିଟି ସିଇଓ ଦିବ୍ୟଜ୍ୟୋତି ପରିଡା କହିଛନ୍ତି ।

ତେବେ, ପ୍ରଶ୍ନ ଉଠୁଛି ଯଦି କୋଭିଡ ସମୟରେ ରାସ୍ତା ତାଡି ଓ ମାଟି ଖୋଳି ସିୱେଜ ଓ ଗ୍ୟାସ ପାଇପ ବିଛାଇବା ପାଇଁ ମାନବ ସମ୍ବଳ ଉପଲବ୍ଧ ହୋଇପାରୁଛି, ତେବେ ମରାମତି ପାଇଁ ମାନବ ସମ୍ବଳ ଉପଲବ୍ଧ ହୋଇପାରୁ ନାହାଁନ୍ତି କିପରି?

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp