ବେଆଇନ୍‌ ବାଲି ଚାଲାଣ ଉପରେ ଛାଟ, ୨ ଶହରୁ ଅଧିକ ଟ୍ରକ ଜବତ

ବେଆଇନ୍‌ ବାଲି ଚାଲାଣ ଉପରେ ଛାଟ, ୨ ଶହରୁ ଅଧିକ ଟ୍ରକ ଜବତ

ବାଲେଶ୍ବର: ଜିଲ୍ଲାରେ ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ଦୈନିକ ଶହ ଶହ ଟ୍ରକ୍‌ ବାଲି ବେଆଇନ ଭାବେ ଚାଲାଣ ହେଉଛି। ବିଳମ୍ବରେ ହେଉ ପଛେ ବାଲି ମାଫିଆଙ୍କୁ ସାବାଡ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ରେମୁଣା ଓ ସଦର ତହସିଲ୍‌ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବାଲିଘାଟ ଉପରେ ଆଜି ବଡ଼ଧରଣର ଚଢ଼ାଉ କରାଯାଇଛି। ଦୁଇ ତହସିଲ୍‌ ଅଞ୍ଚଳରେ ଥିବା ଦହପଡ଼ା, କାଠସଙ୍ଗଡ଼ା, ହରିପୁର, ତାଳବଣିଆ ଆଦି ଅଞ୍ଚଳରେ ସକାଳୁ ଅପରାହ୍ନ ଯାଏ ଚଢ଼ାଉ ଜାରି ରହିଥିଲା।

ଧରପଗଡ଼ ବେଳେ ୨ ଶହରୁ ଅଧିକ ବାଲି ଟ୍ରକ ଜବତ ହୋଇଛି। ଜବତ ବାଲିର ବଜାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ବିଭିନ୍ନ ବାଲିଘାଟରେ ଚଢାଉ ସମୟରେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ବାଲିମାଫିଆ ପଛେଇ ନଥିଲେ। ସେଥିପାଇଁ ଆଜି ଚଢାଉ ସମୟରେ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିଲା। ସଦର ତହସିଲଦାର ଅନାମିକା ସିଂ, ରେମୁଣା ତହସିଲଦାର ମନୋଜ ସେନାପତି, ସହଦେବଖୁଣ୍ଟା ଥାନା ଓ ରେମୁଣା ଥାନା ଆଇଆଇସିଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା।

The post ବେଆଇନ୍‌ ବାଲି ଚାଲାଣ ଉପରେ ଛାଟ, ୨ ଶହରୁ ଅଧିକ ଟ୍ରକ ଜବତ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp