ବୁଧବାର ରାଶିଫଳ

ବୁଧବାର ରାଶିଫଳ

ମେଷ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ଆଜି ଦିନରେ କିଛି ପ୍ରତିକୂଳ ଫଳ ଦେଇପାରେ । ଦେହ ପୀଡା, ମନରେ ଅଶାନ୍ତି, ଦୂର ଯାତ୍ରାରେ କ୍ଷତି ଓ କର୍ମକ୍ଷେତ୍ରରେ କାର୍ଯ୍ୟମାନ ବିଳମ୍ବିତ ହେବ । ପୂଜା ବ୍ରତରେ ନିଷ୍ଠା ରହିବ । ପରିବାରରେ ସମନ୍ୱୟ ରଖିପାରିବେ ।

ବୃଷ: ଈଶ୍ବର ନିଷ୍ଠ ହୋଇ କାର୍ଯ୍ୟାରମ୍ଭ କରିବେ । ସଫଳ ହେବେ । ପୁରାତନ ବନ୍ଧୁସଂପର୍କରେ ଉନ୍ନତି, ଯାତ୍ରା ଶୁଭ, ଆହାର ବିହାରରେ ନିୟମିତତା, ଉନ୍ନତ ଆର୍ଥକ ସ୍ଥିତି ଓ ପାରିବାରିକ ସୁଖ ସୌଭାଗ୍ୟ ମିଳିବ । ଧର୍ମୀୟ ଅନୁଷ୍ଠାନ ସହ ସଂପର୍କ ବଢିବ ।

ମିଥୁନ: କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିପାରିବେ । ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ସଦ୍ଦିଚ୍ଛା, ଗୃହୋପକରଣ କ୍ରୟ, କଳା ସଂଗୀତରେ ଆଗ୍ରହ, ରାଜନୀତିରେ କ୍ଷମତା ବଢିବ । ଅଣ୍ଟା ବ୍ୟଥା ସାମୟିକ ଆସିପାରେ ।

କର୍କଟ: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ । ଗଠନମୂଳକ ପରାମର୍ଶ ପାଇବେ । ବସ୍ତ୍ରାଦି ଆଭୂଷଣ ଲାଭ, ଯାନ ବାହାନ ନବୀକରଣ, ସନ୍ତାନ ସୁଖ ଓ କର୍ମକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ସମର୍ଥନ ପାଇବେ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା ।

ସିଂହ: ମାନସିକ ସନ୍ତୋଷ ପାଇବା ପାଇଁ ପ୍ରୟାସ ଜାରି ରଖିବେ । ଆୟ ହ୍ରାସ ସାଙ୍ଗକୁ ବ୍ୟୟ ଭାର ବଢିପାରେ । ପୂଜା ଆରାଧନା ପ୍ରତି ସ୍ୱତନ୍ତ୍ର ଋଚି ରଖିବେ । ଅଣ୍ଟା କିମ୍ବା ନିତମ୍ବ ପୀଡାର ଆଶଂକା ଅଛି । ଗୁରୁଜନ ବର୍ଗରୁ ଆଶୀର୍ବାଦ ମିଳିବ । ଯାତ୍ରାରେ ଶୁଭ ।

କନ୍ୟା: ପାରିବାରିକ ଜୀବନରେ ସମୃଦ୍ଧି ଓ ପରିତୃପ୍ତି ମିଳିବ । ଗୃହୋପକରଣ କ୍ରୟରେ ଆବଶ୍ୟକତା ଠାରୁ ଅଧିକ ବ୍ୟୟ କରିବେ । କର୍ମକ୍ଷେତ୍ରରେ ପରିଚାଳନାଗତ ଦକ୍ଷତାର ଅଭାବ ରହିବ । ଉଚ୍ଚକର୍ତ୍ତୃପକ୍ଷଙ୍କ ତାଗିଦ ଆସିପାରେ । ଧର୍ମଧାରଣାର ସମୃଦ୍ଧି ଘଟିବ ।

ତୁଳା: ବନ୍ଧୁ ବାନ୍ଧବରେ ଅପ୍ରିୟ ହେବେ ବିନା କାରଣରେ । ଦ୍ରବ୍ୟନଷ୍ଟ, ପରିବାର ସଦସ୍ୟଙ୍କର ସ୍ବାସ୍ଥ୍ୟ ଚିନ୍ତା, ଗୃହ ନିର୍ମାଣରେ ବ୍ୟୟ, ଆର୍ଥିକ ସ୍ବଚ୍ଛଳତା ଓ ଦାମ୍ପତ୍ୟ ସଂପର୍କରେ ଭୁଲ ବୁଝାମଣା ଆସିପାରେ । ଆଧ୍ୟାତ୍ମିକ ଅନୁପ୍ରେରଣା ମାନସିକ ସନ୍ତୋଷ ଆଣିବ ।

ବିଛା: କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭ ପ୍ରଭାବକ ହେବ । ଦେହ ସୁସ୍ଥ ରହିବ । ଉଦ୍ୟମ ସଫଳ କରିପାରିବେ କର୍ମକ୍ଷେତ୍ରରେ । ପରିବାରରେ ଉତ୍ତମ ବୁଝାମଣା, ଦାୟିତ୍ୱ ନିର୍ବାହ, ମାଙ୍ଗଳିକ କର୍ମରେ ଋଚି ଓ ରାଜନୀତିରେ ସମାଦୃତି ଲାଭ ହେବ ।

ଧନୁ: ବ୍ୟୟ ବହୁଳତାର ଦିନଟି ହେଲେ ମଧ୍ୟ ମାନସିକ ଦୁଃଶ୍ଚିନ୍ତା ଆସିବନାହିଁ । ଖାଦ୍ୟପେୟରେ ପରିତୃପ୍ତି, ପାରିବାରିକ ସୁଖ, ସାମାଜିକ ନେତୃତ୍ବ ଲାଭ, ଲୋକ ସଂପର୍କରେ ଅଭିବୃଦ୍ଧି ଓ କର୍ମକ୍ଷେତ୍ରରେ ସାମୟିକ ବିରୋଧ ଆସିବ । ଦେହ ସୁସ୍ଥ ନିରୋଗ ରହିବ ।

ମକର: ସାମାଜିକ ଆଦୃତି ଓ ପ୍ରତିଷ୍ଠା ପ୍ରାପ୍ତିରେ ପ୍ରତିବନ୍ଧକ ନାହିଁ । ବନ୍ଧୁବାନ୍ଧବମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା କଷ୍ଟକର ହେବ । ଆହାର ବିହାର ନିୟମିତ ହେବ । ଆୟ ଅପରିବର୍ତ୍ତିତ ରହିବ । କର୍ମକ୍ଷେତ୍ରରେ  କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ ।

କୁମ୍ଭ: କର୍ମ ପ୍ରଶାନ୍ତି ନିଜର ପରିଚାଳନାଗତ ଦକ୍ଷତା ଉପରେ ନିର୍ଭର କରୁଛି । ନିମ୍ନବର୍ଗରୁ ବିରୋଧ ଆସିବ । ଆର୍ଥିକ ସମସ୍ୟା ଚିନ୍ତାଜନକ ନୁହେଁ । ପୁରାତନ ରୋଗ ପୀଡାରେ ପ୍ରଶମନ ଆସିବ । ଅପରାହ୍ନ ପରେ ଶୁଭ ସମ୍ବାଦ ପ୍ରାପ୍ତିର ସୂଚନା ଅଛି ।

ମୀନ: ଆର୍ଥିକ ଅନାଟନ ଆସିପାରେ । କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି, ସାଂଗଠନିକ ଦକ୍ଷତା, ଖାଦ୍ୟପେୟରେ ଅନିୟମିତତା, ବନ୍ଧୁ ବାନ୍ଧବଙ୍କ ସହଯୋଗ, ରାଜନୀତିରେ ସମସ୍ୟା ସମାଧାନ, ବୈଷୟିକ ଉନ୍ନତି ଓ ଧର୍ମାନୁଷ୍ଠାନ ସହ ସଂପର୍କ ବଢିବ । ଦୂର ଯାତ୍ରାରେ ଶୁଭ ।

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp