ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍: ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍: ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍

ସାଉଥେମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚର ପଞ୍ଚମ ଦିନ ଖେଳ ଜାରି ରହିଛି । ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କ ଦମଦାର ବୋଲିଂ ଜରିଆରେ ଭାରତ ନ୍ୟୁଜିଲାଣ୍ଡ ଦଳକୁ ୨୪୯ ରନରେ ସୀମିତ ରଖି ପାରିଛି।  ଭାରତର ପ୍ରଥମ ଇନିଂସରେ ୨୧୭ ରନ କରିଥିବା ବେଳେ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ନ୍ୟୁଜିଲାଣ୍ଡ ୩୨ ରନରେ ଭରତ ଠାରୁ ଆଗୁଆ ରହିଛି।

ସାଉଥେମ୍ପଟନରେ ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ପ୍ରଥମ ଇନିଂସରେ ଭାରତ ସମସ୍ତ ୱିକେଟ ହରାଇ ମାତ୍ର ୨୧୭ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୨୪୯ ରନ କରିପାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନଭେ ସର୍ବାଧିକ ୫୪ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ କେନ ୱିଲିଅମସନ ୪୯ ରନ କରିଥିଲେ।

ଭାରତ ପକ୍ଷରୁ ମହମ୍ମଦ ସାମି ୭୬ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ୩ ଓ୍ଵିକେଟ୍ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ଵିନ ୨ ଏବଂ ରବୀନ୍ଦ୍ର ଜାଡେଜା ୧ ଓ୍ଵିକେଟ୍ ନେଇଥିଲେ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp