ବିଶ୍ଵର ସବୁଠୁ ଲୋକପ୍ରିୟ ଶୋ’ ତାଲିକାରେ ‘ଦ ଫ୍ୟାମିଲି ମ୍ୟାନ୍ ୨’
ମୁମ୍ବାଇ : ଜୁନ୍ ମାସରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଧାରାବାହିକ ‘ଦ ଫ୍ୟାମିଲି ମ୍ୟାନ୍ ୨’ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି । ମନୋଜ ବାଜପେୟୀ ଏବଂ ସାମନ୍ତ ଆକ୍କିନେନିଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଛି । ଏହି ୱେବ୍ ସିରିଜ୍ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି। ଏହା ଦୁନିଆର ସବୁଠାରୁ ପ୍ରସିଦ୍ଧ ଧାରାବାହିକରେ ପରିଣତ ହୋଇଛି । ଏହି ସିରିଜକୁ IMDb ରେ ମଧ୍ୟ ଜବରଦସ୍ତ ରେଟିଂ ଦିଆଯାଇଛି । ଶୋ’ର ମୁଖ୍ୟ କଳାକାର ମନୋଜ ବାଜପେୟୀ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି।
ତେବେ ଆଇଏମ୍ଡିବି ତାଲିକାରେ ଦୁନିଆର ସବୁଠୁ ଲୋକପ୍ରିୟ ୱେବ୍ ସିରିଜ ଦ ଫ୍ୟାମିି ମ୍ୟାନ୍ ଚତୁର୍ଥ ସ୍ଥାନରେ ରହିଛି। ବର୍ତ୍ତମାନ ଶୋ’ର ନିର୍ମାତା ଏବଂ ଅଭିନେତାମାନେ ଏହି ସଫଳତା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ନିକଟରେ ଶୋ’ର ଷ୍ଟାର ମନୋଜ ବାଜପେୟୀ ଏହି ତାଲିକାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହି ତାଲିକାରେ ଏକ ନମ୍ବରରେ ‘ଲୋକୀ’ ଥିବା ବେଳେ ଦୁଇ ନମ୍ବରରେ ‘ସ୍ଵିଟ ଟୁଥ’ ଏବଂ ତୃତୀୟ ନମ୍ବରରେ ‘ମେର ଅଫ୍ ଇଷ୍ଟଟାଉନ୍’ ରହିଛି ।ଉପଭୋକ୍ତା ଭୋଟକୁ ଆଧାର କରି କରି IMDb ଏହାର ରାଙ୍କିଙ୍ଗ୍ ସ୍ଥିର କରେ। ଏହା ବ୍ୟତୀତ ଅନ୍ୟକୌଣସି ଭାରତୀୟ ସୋ ଶ୍ରେଷ୍ଠ ୧୦୦ ତାଲିକାରେ ନଥିବା ଦେଖିବାକୁ ମିଳିଛି।