ବିଶ୍ବ ପିତୃ ଦିବସ: କରୋନାର କୋଳାହଳ ଭିତରେ ପିତାଙ୍କ ସ୍ମୃତି ସାଉଁଟା ମୁହୂର୍ତ୍ତ  

ବିଶ୍ବ ପିତୃ ଦିବସ: କରୋନାର କୋଳାହଳ ଭିତରେ ପିତାଙ୍କ ସ୍ମୃତି ସାଉଁଟା ମୁହୂର୍ତ୍ତ  

ଭଞ୍ଜନଗର: ‘ପିତା ସ୍ବର୍ଗ, ପିତା ଧର୍ମ, ପିତାହିଁ ପରମ ତପ। ପତରି ପ୍ରୀତି ମାପ୍ନୋନ୍ତି ତୁଷ୍ୟନ୍ତି ସର୍ବ ଜାନ୍ତବଃ’। ବାପାଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ବାର୍ତ୍ତାକୁ ନେଇ ସାମାଜିକ ଗଣମାଧ୍ୟମ ଆଜି ଭରପୂର। କାହିକିଁ ନା ଆଜି ହେଉଛି ବିଶ୍ବ ‘ପିତୃ ଦିବସ’। ଗତ କିଛି ଦିନ ହେଲା କରୋନାକୁ ନେଇ ବିଭିନ୍ନ ଖବର ବାର୍ତ୍ତା ଗୁଞ୍ଜି ଉଠିଥିବା ବେଳେ ଆଜି ସେଥିରୁ ନିଜକୁ ଦୂରେଇ ବାପାଙ୍କ ବଳିଦାନ ଓ ତ୍ୟାଗକୁ ମନେ ପକାଇଛନ୍ତି ସମସ୍ତେ। ନିଜ ପରମ୍ପରା ନହେଲେ ବି ସମସ୍ତେଇ ଆପଣେଇଛନ୍ତି ଏହି ପାଶ୍ଚାତ୍ୟ ସଂସ୍କୃତିକୁ। ବାପାଙ୍କୁ କିଏ କିଭଳି ଭଲପାଉଛି ତାହା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। କିଏ ନିଜ ବାପାଙ୍କ ସହ ସେଲଫି ଫଟୋ ଛାଡୁଛି ତ ଆଉ କିଏ ବାପାଙ୍କ ବଳିଦାନ ଓ ତ୍ୟାଗକୁ ନେଇ ହୋଇଥିବା ଗୀତକୁ। ସମାଜିକ ଗଣମାଧ୍ୟମ ଫେସବୁକ୍ ଠାରୁ ଆରମ୍ଭ କରି ୱାଟସପ୍ ପର୍ଯ୍ୟନ୍ତ ସବୁଠି ଘୂରି ବୁଲୁଛି ବାପାଙ୍କ ପ୍ରତି ଭଲପାଇବା। ସମସ୍ତେ ନିଜ ନିଜ ପିତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଚାଲିଛନ୍ତି। କରୋନା ଖବରର କୋଳାହଳ ମଧ୍ୟରେ ଆଜି ବାପାଙ୍କ ପ୍ରତି ଥିବା ଭଲପାଇବା ସୋସିଆଲ୍ ମିଡିଆରେ ବହୁ ମାତ୍ରାରେ ଦେଖିବାକୁ ମିଳିଛି।

କିଏ କାହା ବାପାଙ୍କୁ କେତେ ଯେ ଭଲ ପାଏ ଦେଖାଇବା ପାଇଁ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ଚାଲିଛନ୍ତି। କରୋନା କଟକଣା ପାଇଁ ସବୁକିଛି ବନ୍ଦ ରହିଥିବା ବେଳେ ଘରେ ରହି ଏହି ସ୍ବତନ୍ତ୍ର ଦିନଟିକୁ ବେଶ୍ ଉପଭୋଗ କରିଛନ୍ତି । ବାପାଙ୍କ ପୁରୁଣା ଫେଟୋ ବାହାର କରିବା ସହ ବାପାଙ୍କ ସହିତ ରହିଥିବା ଫଟୋକୁ ଷ୍ଟାଟସ ଲେଖି ଫେସବୁକରେ ପୋଷ୍ଟ କରୁଛନ୍ତି କିମ୍ବା ୱାଟସ୍ଆପ୍ ଷ୍ଟାଟସ୍ରେ ରଖୁଛନ୍ତି। ନଚେତ ବାପାଙ୍କ ସହ ସେଲଫି ନେଇ ସୋସିଆଲ ମିଡିଆରେ ଛାଡୁଛନ୍ତି। ବାପା ଓ ପିଲାଙ୍କୁ ନେଇ ରହିଥିବା କିଛି ପୁରଣା ଗୀତରେ ଫୋଟେ ଏଡିଟିଙ୍ଗ କରି ମଧ୍ୟ ଛାଡୁଛନ୍ତି।

ଏଥିସହ କିଏ ନିଜେ କବିତା ଲେଖି ଛାଡୁଛି ତ ଅନ୍ୟ କେହି ସୋସିଆଲ ମିଡିଆରୁ ଭଲ ଲେଖା ଆଣି ଛାଡୁଛି। ୱାଟସପ ଗ୍ରୁପମାନଙ୍କରେ ବିଶ୍ବ ପିତୃ ଦିବସ ଅବସରେ ଫଟୋ କିମ୍ବା ଲେଖାକୁ ଲୋକେ କପି ପେଷ୍ଟ କରି ଚଲାଇଛନ୍ତି। ଏଥିରେ ଅଧିକାଂଶ ଯୁବପିଢ଼ିଙ୍କୁ ଏଭଳି କରୁଥିବା ଦେଖିବାକୁ ମିଳିଛି। ତାକୁ ଦେଖି କିଛି ବୟସ୍କ ମଧ୍ୟ ବାପାଙ୍କୁ ନେଇ ପୁରୁରା ସ୍ମୃତି ସାଉଁଟିବାରେ ଲାଗିଛନ୍ତି। ଏହାକୁ ନେଇ ମଧ୍ୟ ବିଭିନ୍ନ ଦିଗରୁ କମେଣ୍ଟ୍ ଆସୁଛି। ତେବେ ଅନେକଙ୍କ ମତରେ ବାପାଙ୍କ ପାଇଁ କଣ ଦିନ ଥାଏ। ପ୍ରତିଦିନ ପରା ବାପାଙ୍କ ହୋଇଥାଏ। ତାଙ୍କ ତ୍ୟଗ,ବଳିଦାନ ଓ ଭଳ ପାଇବା ସାମ୍ନାରେ ଦୁନିଆର ସବୁ କିଛି ତୁଚ୍ଛ ହୋଇଯାଇଥାଏ।

ଅନେକ ସମୟରେ ନିଜର ସନ୍ତାନ ମାନଙ୍କୁ ଦ୍ବାରା ଉପେକ୍ଷିତ ହୋଇ ଜୀବନର ଶେଷ ପାହଚରେ ଜରାଶ୍ରମରେ ଦିନ କାଟିବା ହେଉ ଅବା ପିଲାମାନଙ୍କ ଭିତରେ ନିଜକୁ ବାଣ୍ଟିବା ସେମାନଙ୍କ ପାଇଁ ବେଶ୍ କଷ୍ଟ ଦାୟକ ହୋଇ ପଡିଥାଏ। ଆଜିର ସଭ୍ୟ ସମାଜରେ ଦିନକୁ ଦିନ ପାରିବାରିକ ଅବେଗତା କମି ଯାଉଥିବା ଦେଖିବାକୁ ମଳିଥିବା ବେଳେ ନିଜ ବାପା ମାଙ୍କୁ ନିଜର ବୋଲି କହିବା ପାଇଁ କୁଣ୍ଠାବୋଧ କରୁଥିବା ବା ସେମାନଙ୍କ ଶେଷ ସମୟରେ ସେବା ଶୁଶ୍ରୁଷା କରିବା ବୋଝ ଭାବୁଥିବା ପିଲାମାନଙ୍କୁ ଏଭଳି ପିତୃ ଦିବସର ପାଳନ ତାତ୍ସଲ୍ୟ କଲା ପରି ମନେ ହେଉଛି। ସୋସିଆଲ୍ ମିଡିଆରେ ବାପାଙ୍କୁ ନେଇ ଯେତେ ପରିମାଣର ବାର୍ତ୍ତା ବା ଯୁକ୍ତି ବାଢିଲେ ମଧ୍ୟ ବାସ୍ତବିକ ଭଲ ପାଇବା ହିଁ ଆଜିର ଏହି ଦିନଟିକୁ ସର୍ଥକ କରିଥାଏ।

The post ବିଶ୍ବ ପିତୃ ଦିବସ: କରୋନାର କୋଳାହଳ ଭିତରେ ପିତାଙ୍କ ସ୍ମୃତି ସାଉଁଟା ମୁହୂର୍ତ୍ତ   first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp