ବିରୋଧୀଙ୍କ ସହ ଶରଦଙ୍କ ବୈଠକ

ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାନାଟକ | ଏନସିପି ପ୍ରମୁଖ ଶରଦ ପାୱର ଆଜି ବିଭିନ୍ନ ଦଳର ବୈଠକ ଡାକିଛନ୍ତି । ଏଥିରେ ୧୫ଟି ଦଳର ନେତା ସାମିଲ ହେବେ । ତେବେ ଏହି ବୈଠକରେ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ । ଶରଦ ପାୱରଙ୍କୁ ସାକ୍ଷାତ କରିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ହାପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଦଳ ଗୁଡିକ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପାୱାରଙ୍କୁ ଆଜି ଭେଟିବା ପରେ ବିରୋଧୀଙ୍କ ବୈଠକ ଖବର ପଦାକୁ ଆସିଛି । ତେବେ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ ନିଷ୍ଫଳ ଉଦ୍ୟମ ବୋଲି ସେ କହିଛନ୍ତି । ପାୱାରଙ୍କ ନେତୃତ୍ବରେ ହେଉଥିବା ବୈଠକରେ ସେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବାପାଇଁ ଜଣେ ମିଳିତ ପ୍ରାର୍ଥୀଙ୍କୁ ବାଛିବା ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇପାରେ। ୟୁପିରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ବିକଳ୍ପ ସୃଷ୍ଟି ପାଇଁ କସରତ ହୋଇପାରେ।

The post ବିରୋଧୀଙ୍କ ସହ ଶରଦଙ୍କ ବୈଠକ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp