ବିମାନ ଦୁର୍ଘଟଣାରୁ ବର୍ତ୍ତିବା ପରେ ଜୀବନ ଦ୍ବିତୀୟ ସୁଯୋଗ ଦେଇଥିବା କହି ଏଭଳି ଫଟୋ ଛାଡ଼ିଲେ ଦମ୍ପତି

ବିମାନ ଦୁର୍ଘଟଣାରୁ ବର୍ତ୍ତିବା ପରେ ଜୀବନ ଦ୍ବିତୀୟ ସୁଯୋଗ ଦେଇଥିବା କହି ଏଭଳି ଫଟୋ ଛାଡ଼ିଲେ ଦମ୍ପତି

ଲିମା: ଶୁକ୍ରବାର ଦିନ ପେରୁର ରାଜଧାନୀ ଲିମାର କା‌ଲାଓସ୍ଥିତ ବିମାନ ବନ୍ଦରରେ ଉଡ଼ାଣ ଆରମ୍ଭ କରିବା ବେଳେ ରନ୍‌ୱେରେ ଥିବା ଦମକଳ ଗାଡ଼ି (ଫାୟାର୍‌ ଟ୍ରକ୍‌) ସହିତ ଧକ୍କା ଖାଇବାରୁ ‘ଲାଟାମ୍‌’ ଏୟାର୍‌ଲାଇନ୍‌ର ଗୋଟାଏ ଯାତ୍ରୀବାହୀ ଜେଟ୍‌ ବିମାନରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ବେଳେ ୨ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରୁ ବର୍ତ୍ତିଥିବା ଜଣେ ଦମ୍ପତି ନିଜର ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି।

Cuando la vida te da una segunda oportunidad #latam pic.twitter.com/Vd98Zu98Uo

— Enrique Varsi-Rospigliosi (@enriquevarsi) November 18, 2022

ଫଟୋ ଏବେ ଭାଇରାଲ ହେଉଥିବା ବେଳେ ଦୁର୍ଘଟଣାର ତୁରନ୍ତ ପରେ ଦମ୍ପତି ସେଲଫି ନେଇଥିବା ଦେଖାଯାଇଛି। ସେଲଫି ପଛପଟେ ଦୁର୍ଘଟଣାଗ୍ରସ୍ତ ବିମାନଟି ଥିବା ବେଳେ ସାମ୍ନାରେ ଠିଆ ହୋଇ ଦୁହେଁ ସେଲଫି ନେଇଛନ୍ତି। ଏହି ଫଟୋକୁ ଟ୍ବିଟ କରି କ୍ୟାପସନରେ ଲେଖାଯାଇଛି ଯେ, ଯେତେବେଳେ ଜୀବନ ଆପଣଙ୍କୁ ଦ୍ବିତୀୟ ସୁଯୋଗ ଦିଏ। ଏକ ଫେସବୁକ୍ ପେଜ୍ ଏ୩୨୦ ସିଷ୍ଟମ୍ ମଧ୍ୟ ଫଟୋକୁ ସେୟାର କରି କ୍ୟାପସନରେ ଲେଖିଛ, “ସେଲଫି ଅଫ ଦ ଇୟର। ଖୁସି ଯେ ସେମାନେ ଠିକ ଅଛନ୍ତି”।

ତେବେ କିଛି ବ୍ୟବହାରକାରୀ ଏହି ଫଟୋକୁ ଦେଖି ବିରକ୍ତି ପ୍ରକାଶ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ୨ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜାଣିବ ବି ଦୁହେଁ ଖୁସିରେ କିଭଳି ସେଲଫି ନେଇଛନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp