ବିଏସଏଫ ଯବାନଙ୍କ ଦ୍ବାରା ଲ୍ୟାଣ୍ଡମାଇନ ଉଦ୍ଧାର ଓ ନିଷ୍କ୍ରିୟ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଅବସ୍ଥାପିତ ବିଏସଏଫ ଯବାନ ଦ୍ବାରା ଲ୍ୟାଣ୍ଡମାଇନ ଉଦ୍ଧାର କରାଯିବା ସହ ନିଷ୍କ୍ରିୟ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୋୟଲାବାଡି ଠାରୁ ମାତ୍ର ୨ କିଲୋମିଟର ଦୁର ଅନ୍ତାଗଡ ଯିବା ରାସ୍ତାରେ ନକ୍ସଲ ରାସ୍ତା କଡରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡିମାଇନ ଖଞ୍ଜିଥିଲେ। ତେବେ ଯବାନଙ୍କ ଦ୍ବାରା କରାଯାଉଥିବା ସର୍ଚ୍ଚ ଅପରେସନରେ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରାଯାଇଥିଲା। ତେବେ ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ।
ତେବେ ଅଳ୍ପକେ ଯବାନ ବର୍ତ୍ତି ଯାଇଥିବା କୁହାଯାଇଛି। ଏହି ଅଂଚଳରେ ଲ୍ୟାଣ୍ଡମାଇନ ଉଦ୍ଧାର ହେବା ପରେ ସ୍ଥାନୀୟ ଲୋକେ ଭୟଭିତ ହୋଇପଡିଛନ୍ତି। ଛତିଶଗଡର ବିଭିନ୍ନ ଦୁର୍ଗମ ଅଂଚଳରେ ନକ୍ସଲ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି। ଯାହାକୁ ଯବାନ ଯାଞ୍ଚ ବେଳେ ଉଦ୍ଧାର କରି ନିଷ୍କ୍ରିୟ କରୁଛନ୍ତି।
The post ବିଏସଏଫ ଯବାନଙ୍କ ଦ୍ବାରା ଲ୍ୟାଣ୍ଡମାଇନ ଉଦ୍ଧାର ଓ ନିଷ୍କ୍ରିୟ first appeared on Sambad.