ବାଙ୍କୀରେ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
ବାଙ୍କୀ: ବାଙ୍କୀରେ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। ଭର୍ଚ୍ଚୁଆଲ ବୈଠକରେ ମୋ ସରକାର ତଥା ୫ଟି ସଚିବ ଭି.କେ.ପଣ୍ଡିଆନ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରିଛନ୍ତି ।
ବାଙ୍କୀର ଯୁବବର୍ଗଙ୍କ କ୍ରୀଡା ପ୍ରତି ଆଗ୍ରହ ରହିଥିବା ସହ ବାଙ୍କୀର ବହୁ ଖେଳାଳି ରାଜ୍ୟ ତଥା ଦେଶର ଟେକ ରଖିଛନ୍ତି । ସୁଷମା ବେହେରା ଓ କୁନମୁନ ବେହେରା ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତ ପାଇଁ ଖେଳି ଦେଶର ଟେକ ରଖିବା ସହ ଏସିଆ ମେଡାଲ ପାଇଛନ୍ତି। ତେଣୁ ଷ୍ଟାଡିୟମ ପ୍ରତିଷ୍ଠା କରାଗଲେ କ୍ରୀଡବିତ୍ ଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ବିଧାୟକ କହିଛନ୍ତି।
ଭର୍ଚ୍ଚୁଆଲ ବୈଠକରେ ବିଧାୟକଙ୍କ ସହ ବାଙ୍କୀର ଅନ୍ତରାଷ୍ଟ୍ରୀୟ ଖେଳାଳୀ ସୁଷମା ବେହେରା ଓ କୁନମୁନ ବେହରା ,କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସନାତନ ବେହେରା, ବାଙ୍କୀ ଆଥେଲେଟିକ ଆସୋସିଏସନ ର ସମ୍ପାଦକ ସନ୍ତୋଷ ରଣା ଯୋଗ ଦେଇ ୫ଟି ସଚିବଶ୍ରୀ ପଣ୍ଡିଆନ ଙ୍କୁ ବାଙ୍କୀ ରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କରିଥିଲେ।