ବର୍ଷା ସାଧିଲା ଦାଉ । ସମ୍ବଲପୁରରେ ରାସ୍ତା ଉପରେ ଗଛ ହୋଇଗଲା ଅମଳ ଧାନ । ସରକାରୀ ସହାୟତାକୁ ଅପେକ୍ଷା

ବର୍ଷା ସାଧିଲା ଦାଉ । ସମ୍ବଲପୁରରେ ରାସ୍ତା ଉପରେ ଗଛ ହୋଇଗଲା ଅମଳ ଧାନ । ସରକାରୀ ସହାୟତାକୁ ଅପେକ୍ଷା

କନକ ବ୍ୟୁରୋ : କରୋନା ମହାମାରୀ ଅର୍ଥନୀତିକୁ ଉଜାଡି ଦେଇଥିବାବେଳେ କେବଳ କୃଷି କ୍ଷେତ୍ର ହିଁ ଶେଷ ଭରଷା ସାଜିଛି । ଏଭଳି ସ୍ଥିତିରେ ସମ୍ବଲପୁରରୁ ଆସିଛି ଚାଷୀ ବେଦନାର ଚିତ୍ର । ଧାନ ଅମଳ ହୋଇ ରାସ୍ତାରେ ପଡିି ଗଜା ହେବା ପରେ ଗଛ ହେଲାଣି । ସେପଟେ କିଛି ଚାଷୀ ଶ୍ରମିକ ଅଭାବ ଓ ବର୍ଷା ଯୋଗୁଁ ଅମଳ କରିନପାରି ଆଖି ସାମ୍ନାରେ କୁଇଂଟାଲ କୁଇଂଟାଲ ଧାନ ନଷ୍ଟ ହେଉଥିବାର ଦେଖୁଛନ୍ତି ।
ଚଳିତ ବର୍ଷ କେବଳ ଚାଷିଙ୍କ ଏଭଳି ସମସ୍ୟା ସାମ୍ନାକୁ ଆସିଛି ତାନୁହେଁ । ପ୍ରତିବର୍ଷ ବିହନ ବୁଣାଠୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ପର୍ଯ୍ୟନ୍ତ ଚାଷିମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି । ଯିଏ ଦେଶବାସୀଙ୍କ ମୁହଁରେ ଆହାର ଦେଉଛି, ସେ ଆଜି ଉପାସ ରହୁଛି । ଆଉ ଏଭଳି ପରିସ୍ଥିତିରେ ବର୍ଷା ଦାଉ ସାଧିଛି । ଗଜା ହୋଇଯାଇଛି ଅମଳ ଧାନ । ଏହାକୁ ନେଇ ଚାଷି ଚିନ୍ତାରେ ଥିବା ବେଳେ ସରକାରଙ୍କ ସହାୟତାକୁ ଅପେକ୍ଷା ରହିଛି

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp