ବରଗଡ଼ରେ ତ୍ରିରଙ୍ଗା ଶୋଭାଯାତ୍ରା

ବରଗଡ଼ରେ ତ୍ରିରଙ୍ଗା ଶୋଭାଯାତ୍ରା

ବରଗଡ଼: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ମଂଗଳବାର ବିକାଶ ଗ୍ରୁପ୍ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିକାଶ ଗ୍ରୁପ୍‌ର ଛାତ୍ରଛାତ୍ରୀ, ଅଭିଭାବକ ଓ ବିକାଶ ମଲ୍ଟି–ସ୍ପେସିଆଲିଟି ହସ୍ପିଟାଲ୍‌ର କର୍ମଚାରୀଙ୍କ ସହ ସ୍ବେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ଏକ କିଲୋମିଟର୍‌ ଦୀର୍ଘ ଏହି ଶୋଭାଯାତ୍ରା ଲେଙ୍ଗୁ ମିଶ୍ର ଛକରୁ ଆରମ୍ଭ ହୋଇ ବରାହଗୁଡ଼ା ଛକ ପର୍ଯ୍ୟନ୍ତ ପହଞ୍ଚିଥିବା ବିକାଶ ଗ୍ରୁପ୍‌ ଚେୟାର୍‌ମ୍ୟାନ୍‌  ଡି.ମୂରଲୀ କ୍ରୀଷ୍ଣା ସୂଚନା ଦେଇଛନ୍ତି।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି.ନାଗେଶ୍ବର ରାଓ, ପରିଚାଳନା ନିର୍ଦ୍ଦେଶକ ଜି. ଭାସ୍କର ରାଓ ଓ ନିର୍ଦ୍ଦେଶକ ଡ. ସମରେନ୍ଦ୍ର ପଣ୍ଡାଙ୍କ ସମେତ ସହରର ବହୁ ଲୋକ ଏଥିରେ ସାମିଲ ହୋଇଥିଲେ।

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp