ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଚାଲିଥିଲା ରଥ ନିର୍ମାଣ, ମୁଖ୍ୟ ମହାରଣାଙ୍କ ସହ ୧୦ ଅଟକ

ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଚାଲିଥିଲା ରଥ ନିର୍ମାଣ, ମୁଖ୍ୟ ମହାରଣାଙ୍କ ସହ ୧୦ ଅଟକ

ବାଲେଶ୍ବର: କରୋନା ମହାମାରୀ ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀକୁ ଛାଡ଼ି ଅନ୍ୟ କେଉଁଠି ରଥଯାତ୍ରା ହୋଇ ପାରିବନାହିଁ। ଏହି ମର୍ମରେ ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦେଶନାମା ଆସିବା ପରେ ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ନୀଳଗିରିରେ ରଥ ନିର୍ମାଣ କାମ ବନ୍ଦ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମିତିକି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ରଥଯାତ୍ରା ଓ ରଥ ନିର୍ମାଣ ବନ୍ଦ ରହିବା ନେଇ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା। ହେଲେ ପ୍ରଶାସନର ନିର୍ଦ୍ଦେଶକୁ ଅବଜ୍ଞା କରି ମହାରଣାମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ। ଆଜି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ଅଶେଷ କୁମାର ନାୟକ, ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ରଥଖଳାରେ ଚଢ଼ଉ କରି ବ୍ୟବହୃତ ସରଞ୍ଜାମ ଜବତ କରିଥିଲେ। ଏହ‌ି ଘଟଣାରେ ମୁଖ୍ୟ ମହାରଣା ପ୍ରଶାନ୍ତ ମହାରଣା, ଗୁରୁପ୍ରସାଦ ସିଂ, କାହ୍ନୁଚରଣ ସିଂ, ଶୁକଦେବ ସିଂ, ସୁରେଶଚନ୍ଦ୍ର ସିଂ, ଶୁକୁରା ସିଂ, ବୁଧିଆ ସିଂ, କୁନା ସିଂ, ଶିବ ସିଂ ଓ ସୁଶିଲ କୁମାର ସିଂଙ୍କୁ ଥାନାକୁ ଆଣି ଅଟକ ରଖାଯାଇଛି।

The post ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଚାଲିଥିଲା ରଥ ନିର୍ମାଣ, ମୁଖ୍ୟ ମହାରଣାଙ୍କ ସହ ୧୦ ଅଟକ first appeared on Sambad.

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp