ବନ୍ଦର ଗ୍ରାମରେ ଚାଞ୍ଚଲ୍ୟ; ଧରମ ପୁଅ ଓ ଝିଅ ମିଶି ମା’କୁ ହତ୍ୟା କଲେ

ବନ୍ଦର ଗ୍ରାମରେ ଚାଞ୍ଚଲ୍ୟ; ଧରମ ପୁଅ ଓ ଝିଅ ମିଶି ମା’କୁ ହତ୍ୟା କଲେ

ମାଛଗାଁ: ବାଲିକୁଦା ବ୍ଲକ୍‌ ବନ୍ଦର ଗ୍ରାମର ରୁମିଳା କାଣ୍ଡି(୫୦) ନାମ୍ନୀ ଜଣେ ମହିଳାଙ୍କ ଦୁଇ ହାତକୁ ବାନ୍ଧି ଶ୍ବାସରୁଦ୍ଧ କରି ହତ୍ୟା କରାଯିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ତେବେ ପ୍ରାଥମିକ ଭାବେ ରୁମିଳାଙ୍କ ଧରମ ପୁଅ ଶିବ କାଣ୍ଡି ଓ ବିବାହିତ ଝିଅ ମାନି କାଣ୍ଡି ଦୁହେଁ ମିଶି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ଆଲୋଡ଼ନ ଖେଳାଇ ଦେଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ରୁମିଳାଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମରିଚପୁର ଗ୍ରାମରେ ଥିବା ରୁମିଳାଙ୍କ ଭାଇ ସର୍ବେଶ୍ବରଙ୍କ ଏତଲାକ୍ରମେ ବନ୍ଦର ସାମୁଦ୍ରିକ ଥାନା ଏସ୍‌ଆଇ ଅନିରୁଦ୍ଧ ନାୟକ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ରାତିରେ ଡିଏସ୍‌ପି ସତ୍ୟ ନାରାୟଣ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ତ୍ବରାନ୍ବିତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା ଚାଲିଥିବା ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ୪ ବର୍ଷ ପୂର୍ବେ ରୁମିଳାଙ୍କ ସ୍ବାମୀ ଭଗବାନ ଓ ଏକମାତ୍ର ପୁଅର ମୃତ୍ୟୁ ଘଟିଥିଲା। ଇତି ମଧ୍ୟରେ ଶିବ କାଣ୍ଡି ନାମକ ଜଣେ ଯୁବକଙ୍କୁ ରୁମିଳା ଧରମ ପୁଅ କରି ପାଖରେ ରଖୁଥିଲେ। ବିବାହିତା ଝିଅ ମାନି କାଣ୍ଡି(୩୦) ମଧ୍ୟ ଆସି ମା’ ସାଙ୍ଗରେ ରହୁଥିଲା। ମାନି ବରଦିଆ ଗ୍ରାମ କପୁରବେଲାରି ପଡ଼ାରେ କୁମାର କାଣ୍ଡିଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ପୁଅ ଓ ଝିଅ ଅଛନ୍ତି। ତେବେ ସ୍ବାମୀଙ୍କ ସହ ଝଗଡ଼ା କାରଣରୁ ମାନି ପୁଅଝିଅଙ୍କୁ ନେଇ ରୁମିଳାଙ୍କ ପାଖକୁ ଚାଲିଆସି ରହୁଥିଲେ। ୨ ଦିନ ତଳେ କୁମର ପହଞ୍ଚି ତାଙ୍କ ପୁଅ ଝିଅଙ୍କୁ ସାଙ୍ଗରେ ନେଇ ନିଜ ଗାଁକୁ ଚାଲି ଯାଇଥିଲେ ହେଁ ମାନି ଯାଇ ନଥିଲା।

ଏଣେ କିନ୍ତୁ ଧରମ ପୁଅ ଶିବ ଓ ମାନି ମଧ୍ୟରେ କୁଆଡ଼େ ଅନୈତିକ ସମ୍ପର୍କ ଗଢ଼ି ଉଠିଥିବାରୁ ଗତ କିଛି ଦିନ ହେଲା ଝଗଡ଼ା ହୋଇଥିଲା ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ସମ୍ଭବତଃ ସେହି କାରଣରୁ ରାସ୍ତାରେ କଣ୍ଟାଥିବା ରୁମିଳାଙ୍କୁ ରାସ୍ତାରୁ ହଟାଇବାକୁ ଶିବ ଓ ମାନି ଯୋଜନା କରିଥିଲେ। ଯୋଜନାମତେ ରୁମିଳାଙ୍କ ଦୁଇ ହାତ ବାନ୍ଧି, ପାଟିରେ କପଡ଼ା ବିଣ୍ଡା ଦେଇ ହତ୍ୟା କଲା ପରେ ଏକ ଜରିରେ ଗୁଡ଼ାଇ ରଖିଥିଲେ। ଘର ପଛପଟେ ମଧ୍ୟ ଏକ ଗାତ ଖୋଳିଥିଲେ। ରାତିରେ ଶବକୁ ସେଠାରେ ପୋତିଥାନ୍ତେ।

କିନ୍ତୁ ଆଜି ସୋସାଇଟିର ସାପ୍ତାହିକ କିସ୍ତି ପୈଠ କରିବାର ଥିବାରୁ ବେଳେ ଗ୍ରୁପ୍‌ ମହିଳମାନେ ରୁମିଳାଙ୍କ ଘରକୁ ଯାଇ ତାଙ୍କୁ ପାଇ ନଥିଲେ। ସେଠାରେ ହଠାତ୍‌ ଶବ ଉତ୍ତ୍ୟକ୍ତ ଅବସ୍ଥାରେ ପାଟିତୁଣ୍ଡ କରି ମହିଳା ସଦସ୍ୟଙ୍କ ଘଉଡ଼ାଇବାରୁ ସନ୍ଦେହ ହୋଇଥିଲା। କେତେକ ମହିଳା ରୁମିଳାଙ୍କ କୋଠରୀ ଭିତରକୁ ପଶିଯିବାରୁ ସେଠାରେ ତାଙ୍କୁ ମରି ପଡ଼ି ଥିବା ଦେଖିଥିଲେ। ଏହା ଜାଣି ଶିବ ବିଲ ଆଡ଼କୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ କାବୁ କରି ପୁଲିସ୍‌ରେ ଖବର ଦିଆଯାଇଥିଲା। ପୁଲିସ୍‌ ହାତରେ ଧରାପଡ଼ି ଶିବ ଆଉ ଏକ ମନଗଢ଼ା କାହାଣୀ କହିଛି। ରୁମିଳା କୁଆଡ଼େ ଖରାପ ସମ୍ପର୍କ ରଖିବାକୁ ତାକୁ ବାଧ୍ୟ କଲାରୁ ସେ ଏପରି ହତ୍ୟା ଯୋଜନା କରିଥିଲା ବୋଲି କହିଛି। କିନ୍ତୁ ଗ୍ରାମବାସୀ ଏହାକୁ ଖଣ୍ଡନ କରି ମାନି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବିଧିବଦ୍ଧ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ୍‌ କହିଛି।  ସ୍ଥଳରେ ଶବକୁ ଜବତ କରିବା ସହ ଶିବକୁ ଗିରଫ କରି ଏକ ହତ୍ୟା ମାମଲା ରୁଜୁ କରିଛି। ପୂର୍ବ ପ୍ରସ୍ତୁତି କ୍ରମେ ବାଡ଼ିପଟେ ଏକ ବଡ଼ ଖାତ ଖୋଳି ପୋତିବାକୁ ଯୋଜନା କରିଥିଲେ।

The post ବନ୍ଦର ଗ୍ରାମରେ ଚାଞ୍ଚଲ୍ୟ; ଧରମ ପୁଅ ଓ ଝିଅ ମିଶି ମା’କୁ ହତ୍ୟା କଲେ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp