ବଜ୍ରପାତରେ ୨ ମୃତ

ବଜ୍ରପାତରେ ୨ ମୃତ

କେନ୍ଦୁଝର : ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ । ଚାଷ କାମ କରୁଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଦୁଇ ଚାଷୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡଳଙ୍ଗ ଗାଁରେ ଘଟିଛି। ମୃତକ ଦ୍ୱୟ ହେଲେ ଈଶ୍ୱର ଚନ୍ଦ୍ର ବାରିକ ଓ ଚନ୍ଦ୍ର ଶେଖର ମହାନ୍ତ  ।

ସୂଚନାରୁ ପ୍ରକାଶ, ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲାର ଆକାଶରେ କାଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ଅଳ୍ପ ବର୍ଷା ହୋଇଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା। ବଜ୍ରପାତରେ ଦୁଇ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିଲା।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp