ଫେରିବେ ‘ତାରକ ମେହେତାକା ଉଲଟା ଚଷମା’ ସୋ’ର ବଦଳିଥିବା ଅଭିନେତା !

ଫେରିବେ ‘ତାରକ ମେହେତାକା ଉଲଟା ଚଷମା’ ସୋ’ର ବଦଳିଥିବା ଅଭିନେତା !

ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଧାରାବାରିକ ‘ତାରକ ମେହେତାକା ଉଲଟା ଚଷମା’ ଧିରେ ଧିରେ ଲୋକପ୍ରିୟତା ହରାଉଥିବା ବେଳେ, ଏବେ ପୁଣିଥ ରେ ଆଗ ପରି ସୋ’ଟି ଲୋକପ୍ରିୟତା ହାସଲ କରିବା ନେଇ ଆଶାବାଦୀ ଅଛନ୍ତି ସୋ’ର ନିର୍ଦ୍ଦେଶକ ମାଲବ ରାଜଦା। ସେ କହିଛନ୍ତି, ୧୪ ବର୍ଷ ଧରି ଚାଲିଥିବା ଏହି ଧାରାବାରିକରେ ଅଭିନୟ କରୁଥିବା ଅନେକ ଅଭିନେତା ବଦଳିଯିବା କାରଣକୁ ନେଇ ଟିଆରପି ହ୍ରାସ ହେବା ସମସ୍ୟା ଏବେ ସାମ୍ନାକୁ ଆସିଛି। ତେବେ ବାର୍କ ରେଟିଙ୍ଗରେ ‘ତାରକ ମେହେତାକା ଉଲଟା ଚଷମା’ ୧୦ଟି ମୁଖ୍ୟ ସୋ’ ମଧ୍ୟରେ ଆଉ ଥରେ ସ୍ଥାନ ପାଇଛି। ରିପୋର୍ଟରେ ସୋ’ ସମ୍ପର୍କିତ କିଛି କଥା ସାମ୍ନାକୁ ଆସିଛି।  ବର୍ତ୍ତମାନ ସୋ’ର ନିର୍ମାତା ଓ ପ୍ରଯୋଜକ ବଦଳିଥିବା ପୁରୁଣା ଅଭିନେତାମାନଙ୍କୁ ଆଉ ଥରେ ପରଦାକୁ ଆଣିବାକୁ ଯାଉଛନ୍ତି।

‘ତାରକ ମେହେତା କା ଉଲଟା ଚଷମା’ ସୋ’ କିଭଳି ୧୦ଟି ମୁଖ୍ୟ ସୋ’ ମଧ୍ୟରେ ତାର ସ୍ଥାନ ବଜାଇ ରଖିବ ଏହା ଉପରେ ନିର୍ମାତାଙ୍କର ଧ୍ୟାନ ରହିଛି । ଅତୀତରେ ବହୁ ଜଣାଶୁଣା ଅଭିନେତା ‘ତାରକ ମେହେତା କା ଉଲଟା ଚଷମା’ ଛାଡିଛନ୍ତି। ଏହାରି ଭିତରେ ଦିଶା ବକାନି, ମାଲବ ରାଜଦା, ଶୈଲେସ୍ ଲୋଢା, ରାଜ ଅନଦକଟ, ନେହା ମେହତା, ଗୁରୁଚର ସିଂହ, ମୋନିକା ଭଦୋରିୟା, ନିଧି ଭାନୁଶାଲୀ, ଝିଲ୍ ମେହତାଙ୍କ ପରି କଳାକାର ସୋ’ ଛାଡି ସାରିଲେଣି । ସବୁଠାରୁ ଆଶ୍ଚର୍ଯ୍ୟ ସେତେବେଳେ ଲାଗିଥିଲା ଯେତେବେଳେ ଦୟାବେନ୍ ଚରିତ୍ରରେ ଅଭିନୟ କରୁଥିବା ଦିଶା ବକାନି ସୋ’ ଛାଡିଥିଲେ । ତେବେ ତାଙ୍କ ପରି କେହି ଅଭିନୟ କରିପାରିବେନି ବୋଲି ଚର୍ଚ୍ଚା ହେଉଥିବା ବେଳେ ବଦଳିଥିବା ପୁରୁଣା ଅଭିନେତାମାନଙ୍କୁ ଆଉଥରେ ସୋ’ ଭିତରେ ସାମିଲ କରିବାକୁ ପ୍ରଚେଷ୍ଟା କରାଯାଉଛି ।

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp