ଫୁଲ ଗାଡ଼ିରେ ୭ ଲକ୍ଷର ଗଞ୍ଜେଇ; ଦୁଇ ମାଫିଆ ଗିରଫ, ୬୩ କେଜି ଗଞ୍ଜେଇ ଜବତ

ଫୁଲ ଗାଡ଼ିରେ ୭ ଲକ୍ଷର ଗଞ୍ଜେଇ; ଦୁଇ ମାଫିଆ ଗିରଫ, ୬୩ କେଜି ଗଞ୍ଜେଇ ଜବତ

କଟକ: କଲିକତାରୁ ଆସୁଥିବା ଫୁଲ ଗାଡ଼ିରେ ଓଡ଼ିଶାରୁ ଚାଲାଣ ହେଉଥିଲା ୭ ଲକ୍ଷ ଟଙ୍କାର ଗଞ୍ଜେଇ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ମଙ୍ଗୁଳି ଟୋଲ୍ ଗେଟ୍ ନିକଟରେ ଏକ ଟ୍ରକକୁ ଧରିବା ପରେ ଗଞ୍ଜେଇ ଚାଲାଣ କାରବାର ପର୍ଦ୍ଦାଫାଶ ହୋଇଛି। ବିଭାଗ ଏହି ମାମଲାରେ ଦୁଇ ଗଞ୍ଜେଇ ମାଫିଆ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରର ସେକ୍ ମୁକତାର(୨୯) ଏବଂ ଭୁବନେଶ୍ବର ମାଳିସାହିର ମେହେରୁନ୍ ବିବି(୪୯)କୁ ଗିରଫ କରିଛି। ଏମାନଙ୍କ ନିକଟରୁ ମୋଟ ୬୩ କେଜି ଗଞ୍ଜେଇ ଜବତ ହୋଇଛି।

ସୂଚନା ଅନୁଯାୟୀ, ମୁକତାର୍ ଓ ମେହେରୁନ୍ କଲିକତାରୁ ଭୁବନେଶ୍ବର ଗଞ୍ଜେଇ ନେଟଓ୍ବାର୍କରେ ସକ୍ରିୟ ସଦସ୍ୟ। କଲିକତାରୁ ଦୈନିକ ଏକ ଟାଟା ଆଇଚି ଟ୍ରକରେ ଭୁବନେଶ୍ବର ଫୁଲ ଆସୁଥିଲା। ଭୁବନେଶ୍ବରରେ ଫୁଲ ଅନଲୋଡ୍‌ ହେବା ପରେ କନ୍ଧମାଳର ଗଞ୍ଜେଇ ସକାଳୁ ଭୁବନେଶ୍ବରରେ ପହଞ୍ଚି ସାରିଥାଏ। ସେହି ଫୁଲ ଗାଡ଼ିରେ ପଶ୍ଚିମବଙ୍ଗର ଖଡ଼ଗପୁର ନିକଟରେ ଥିବା ଏକ ବ୍ରିଜ ନିକଟକୁ ଗଞ୍ଜେଇ ଚାଲାଣ ହୁଏ। ଏହି ଦୁଇ ମାଫିଆ ଭୁବନେଶ୍ବରରୁ ଗଞ୍ଜେଇ କେଜି ପିଛା ୩ ହଜାର ଟଙ୍କାରେ କିଣି ୬ ହଜାର ଟଙ୍କାରେ ବିକ୍ରି କରୁଥିଲେ। ଗୋଟିଏ ଟ୍ରିପ୍‌ରେ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ କରୁଥିଲେ।

ଆଜି ସକାଳେ ଏଭଳି ଗଞ୍ଜେଇ ଗାଡ଼ି ମଙ୍ଗୁଳି ଦେଇ ଯାଉଥିବା ସମ୍ପର୍କରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ ଖବର ପାଇଥିଲେ। ଶ୍ରୀ ସାମଲଙ୍କ ନେତୃତ୍ବରେ ଇନସ୍ପେକ୍ଟର ରବିନାରାୟଣ ପ୍ରଧାନ, ଏଏସ୍‌ଆଇ ନିରଞ୍ଜନ ବେହେରା, କନଷ୍ଟେବଳ କିଶୋର ଚରଣ ରାଉତ, ଆଲୋକ କୁମାର ଖଟୁଆ, ଚନ୍ଦ୍ରଭାନୁ ଦାସ, ପ୍ରକାଶ କୁମାର ଶତପଥୀ, ରୀତାରାଣୀ ସେଠୀ ପ୍ରମୁଖ ଚଢ଼ଉ କରି ଦୁଇ ମାଫିଆଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

The post ଫୁଲ ଗାଡ଼ିରେ ୭ ଲକ୍ଷର ଗଞ୍ଜେଇ; ଦୁଇ ମାଫିଆ ଗିରଫ, ୬୩ କେଜି ଗଞ୍ଜେଇ ଜବତ first appeared on Sambad.

Please follow and like us:

38,175 thoughts on “ଫୁଲ ଗାଡ଼ିରେ ୭ ଲକ୍ଷର ଗଞ୍ଜେଇ; ଦୁଇ ମାଫିଆ ଗିରଫ, ୬୩ କେଜି ଗଞ୍ଜେଇ ଜବତ

  1. I’m not sure why but this web site is loading extremely slow for me.
    Is anyone else having this issue or is it a issue on my end?

    I’ll check back later and see if the problem still exists.