ପ୍ରିୟଜନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ବୁନ୍ଦି ଖିରି
ଆବଶ୍ୟକ ସାମଗ୍ରୀ
ବୁନ୍ଦି, କ୍ଷୀର ,ଚିନି, ମିଲ୍କମେଡ, କାଜୁ, କିସମିସ, ପିସ୍ତାବାଦାମ, ଗୁଜୁରାତି ପାଉଡର, ପନିର, କେଶର
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ବେସନରେ ବୁନ୍ଦି ପ୍ରସ୍ତୁତ କରି ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ କ୍ଷୀର ଢାଳି ଫୁଟାଇବେ । କ୍ଷୀର ଫୁଟି ଆସିଲେ, ସେଥିରେ ଗୁଜୁରାତି ପାଉଡର ଓ ଚିନି ପକାଇ ଗୋଳାଇବେ । ଚିନି ମେଲ୍ଟ ହେବା ଯାଏଁ ଏହାକୁ ଗୋଳାଇବେ । ତାପରେ ସେଥିରେ ମିଲ୍କମେଡ ଓ ଛୋଟ ଛୋଟ କଟା ହୋଇଥିବା ପନିର ପକାଇ ମିକ୍ସ କରିବେ । ତାପରେ ସେଥିରେ ପ୍ରସ୍ତୁତ କରିଥିବା ବୁନ୍ଦି ପକାଇ ଗୋଳାଇବେ । ଏହାପରେ କାଜୁ, କିସମିସ, ପିସ୍ତାବାଦାମ ପକାଇ ଗ୍ୟାସ୍ ବନ୍ଦ କରିବେ । ଏହାପରେ ତା ଉପରେ କିଛି ଗୁଜୁରାତି ପାଉଡର ଓ କେଶର ପକାଇବେ । ପ୍ରସ୍ତୁତ ହେଇଗଲା ବୁନ୍ଦି ଖିରି । ଏବେ ଏହାର ମଜା ନେଇ ପାରିବେ ।
Please follow and like us: