ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକକୁ ନ ଯାଇ ଫାରୁକ୍‌ ଅବ୍ଦୁଲ୍ଲାଙ୍କୁ ପଠାଇ ପାରନ୍ତି ମେହବୁବା ମୁଫ୍‌ତି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକକୁ ନ ଯାଇ ଫାରୁକ୍‌ ଅବ୍ଦୁଲ୍ଲାଙ୍କୁ ପଠାଇ ପାରନ୍ତି ମେହବୁବା ମୁଫ୍‌ତି

ନୂଆଦିଲ୍ଲୀ: ଜୁନ୍‌ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୋଜନ କରିବାକୁ ଥିବା ଜମ୍ମୁ ଓ କଶ୍ମୀରର ୮ଟି ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକରେ ‘ପିଡିପି’ ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଯୋଗ ନ ଦେଇ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଦିଲ୍ଲୀରେ ଆଗାମୀ ଗୁରୁବାର ଦିନ ହେବାକୁ ଯାଉଥିବା ବୈଠକରେ ଯୋଗ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଠାରୁ ଟେଲିଫୋନ୍‌ କଲ୍‌ ପାଇଥିବା କଥା ମେହବୁବା ମୁଫ୍‌ତି ପୂର୍ବରୁ କହିଥିଲେ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ନିମନ୍ତେ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ଏହି ଆଲୋଚନା ସଭାକୁ ୮ଟି ରାଜନୈତିକ ଦଳର ୧୪ଜଣ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି।

Image Courtesy of 24 News HD

ପ୍ରାପ୍ତ ସୂଚନା ଅନୁସାରେ, ଦଳର ସହକର୍ମୀଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ର ସରକାରଙ୍କ ବୈଠକରେ ଯୋଗ ଦେବେ କି, ନାହିଁ ମେହବୁବା ମୁଫ୍‌ତି ନିଷ୍ପତ୍ତି ନେବେ। ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌’ର ମୁଖ୍ୟଙ୍କୁ ମୁଫ୍‌ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ ଯୋଗ ଦେବାକୁ ପ୍ରତିନିଧି ଭାବେ ପଠାଇ ପାରନ୍ତି ବୋଲି ଉପରୋକ୍ତସୂତ୍ର ଅନୁମାନ କରିଛି।

ପୂର୍ବତନ ରାଜ୍ୟ ଜମ୍ମୁ ଓ କଶ୍ମୀରର ଶେଷ ମୁଖ୍ୟମନ୍ତ୍ରୀ ଥିଲେ ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍‌ତି। ୨୦୧୬-୨୦୧୮ ପର୍ଯ୍ୟନ୍ତ ସେ ‘ବିଜେପି’ ସହ ମେଣ୍ଟ କରି ସରକାର ଚଳାଇଥିଲେ। ତେଣୁ, ଏହି ବୈଠକରେ ଯୋଗ ଦେବେ କି, ନାହିଁ ‘ପିଡିପି’ ସ୍ଥିର କରିବ ବୋଲି ସେ କହିଛନ୍ତି।

The post ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକକୁ ନ ଯାଇ ଫାରୁକ୍‌ ଅବ୍ଦୁଲ୍ଲାଙ୍କୁ ପଠାଇ ପାରନ୍ତି ମେହବୁବା ମୁଫ୍‌ତି first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp