ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ନେଇ ବିଜେପିର ପ୍ରତିବାଦ
ବାଲେଶ୍ୱର: ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗି ନଥିବାରୁ ପ୍ରତିବାଦ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ପ୍ରତିବାଦ ହୋଇଛି । ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀ ହୋହଲ୍ଲା କରିଥିଲେ । କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ବିଜେପି କର୍ମୀମାନେ ପ୍ରତିବାଦ କରିଛନ୍ତି । ଉଦଘାଟନ ପୂର୍ବରୁ ରିବନ୍ ଛିଣ୍ଡାଇବା ସହ ମୋଦିଙ୍କ ଫଟୋ ଲଗାଇଥିଲେ କର୍ମୀ ।
ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ବିଜେପି କର୍ମୀ ପ୍ରତିବାଦ କରିଛନ୍ତି । ରାୟଗଡା ୟୁଜିଏମଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବାରୁ ପ୍ରତିବାଦ ହୋଇଥିବା ଜଣାପଡିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ବୋଲି ବିଜେପି କର୍ମୀ ପ୍ରଶ୍ନ କରିଛି ।
Please follow and like us:
Sports betting. Bonus to the first deposit
up to 500 euros.
sports betting