ପ୍ରଥମ ଥର ପାଇଁ ନିଜର ‘ବେବି ବମ୍ପ୍’ ଦେଖାଇ ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ୍ କଲେ ନୁସ୍ରତ
କୋଲକାତା: ଗତ କିଛି ଦିନ ହେବ ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ଜହାଁ ନିକଟରେ ତାଙ୍କ ବେବି ବମ୍ପ(ଗର୍ଭକାଳୀନ ପେଟ)ର ଫଟୋ ସୋସିଆଲ୍ ମିଡିଆରେ ଛାଡ଼ି ଚର୍ଚ୍ଚା ପାଲଟିଛନ୍ତି। ପ୍ରଥମ ଥର ପାଇଁ ନୁସରତ ଏପରି ଫଟୋ ଛାଡ଼ି ଗର୍ଭବତୀ ଥିବା କଥା ପ୍ରକାଶ କରିଛନ୍ତି।
ନୁସରତ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏହି ଫଟୋ ଛାଡ଼ି ଲେଖିଛନ୍ତି, ‘ଦୟା ସବୁ କିଛି ପରିବର୍ତ୍ତନ କରିପାରେ’। ଫଟୋରେ ନୁସରତ ଏକ ଡେନିମ୍ ଜିନ୍ସ ଉପରେ ଧଳା ରଂଗର ଟପ୍ସ ପିନ୍ଧି ସେଥିରେ ଗୋଲାପୀ ରଂଗୀ ଷ୍ଟୋଲ୍ ପକାଇଛନ୍ତି। ଫଟୋଟି କେଉଁ ହିଲ୍ ଷ୍ଟେସନ୍ରେ ଏକ କୁଡ଼ିଆ ସାମ୍ନାରେ ଉଠାଯାଇଛି ବୋଲି ମନେ ହେଉଛି।
ନୁସରତଙ୍କର ଏହି ପୋଷ୍ଟ୍ରେ ତାଙ୍କ ପ୍ରଶଂସକମାନେ ଏହି ସମୟରେ ନିଜର ଯତ୍ନ ନେବା ସହ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଅନେକ ପ୍ରଶଂସକ କମେଣ୍ଟ୍ ବକ୍ସରେ ଇମୋଜି ପୋଷ୍ଟ୍ କରିଛନ୍ତି।
The post ପ୍ରଥମ ଥର ପାଇଁ ନିଜର ‘ବେବି ବମ୍ପ୍’ ଦେଖାଇ ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ୍ କଲେ ନୁସ୍ରତ first appeared on Sambad.