ପୋଲିସ ଏସ.ଆଇ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ପୋଲିସ ଏସ.ଆଇ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର : ଆଜିଠୁ ୪୭୭ ପୋଲିସ ଏସ.ଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ । ଏହି ଆବେଦନ ପ୍ରକ୍ରିୟା  ଜୁଲାଇ ୧୫ ଯାଏଁ  ଚାଲିବ। ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ଆହ୍ଵାନ କଲା ଓଡ଼ିଶା ପୋଲିସ। ପ୍ରଥମ ଥର ପାଇଁ କିନ୍ନରଙ୍କୁ ସୁଯୋଗ ମିଳିଛି। କିନ୍ନରମାନେ ପୋଲିସ ସବ୍-ଇନସପେକ୍ଟର ପଦବୀ ପାଇଁ ଆବେଦନ କରିପାରିବେ। ତେବେ କିନ୍ନରମାନଙ୍କୁ ସୁଯୋଗ ଦେବାରେ ତାମିଲନାଡ଼ୁ ପରେ ଓଡ଼ିଶା ଦ୍ଵିତୀୟ ରାଜ୍ୟ।

ସେହିପରି ନିଯୁକ୍ତି ପଦ୍ଧତି ସଂପର୍କରେ ସୂଚନା ଦେଇ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି, ଅନଲାଇନ ଆବେଦନ ପାଇଁ ଆଜିଠୁ ପୋର୍ଟାଲ ଖୋଲା ଯାଇଛି। ଏଯାଏ ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ, ୭୭୨ ଆବେଦନ କରିସାରିଲେଣି। ଅଗଷ୍ଟ ୬ରୁ ୧୬ ମଧ୍ୟରେ କମ୍ପ୍ୟୁଟର ବେସ୍‌ଡ ଲିଖିତ ପରୀକ୍ଷା କରାଯିବ। ୨ଟି ପେପର ବିଶିଷ୍ଟ କେବଳ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ହେବ । ଏସ.ଆଇ ନିଯୁକ୍ତି ପରୀକ୍ଷାରେ ଭିଭାଭୋସ୍ ହେବନି କହିଲେ ଏଡିଜି ଜେଠୱା।

ଦୀର୍ଘ ୨୭ ବର୍ଷ ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପରିଚାଳନା କରୁଛି। ଏହା ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଏହାକୁ ପରିଚାଳନା କରୁଥିଲା। ତେବେ ପୂର୍ବରୁ ପ୍ରିଲିମ୍ ଏଵଂ ମେନ୍ ଦୁଇଟି ପରୀକ୍ଷା ହେଉଥିଲା। ଏବେ ଏହାକୁ ସରଳ ପରାଯାଇଛି। ଦୁଇଟି ପେପର ବିଶିଷ୍ଟ ଗୋଟିଏ ପରୀକ୍ଷା ହେବ। ୨୫୦ ମାର୍କର ଏମସିକ୍ୟୁ ପ୍ରଶ୍ନ ରହିବ। ଅନଲାଇନ୍ ମାଧ୍ୟମରେ ଏହି ପରୀକ୍ଷା କରାଯିବ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp