ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ପାଳିତ

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ପାଳିତ

ଭୁବନେଶ୍ଵର:  ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପୂର୍ବ ତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି ।  “ଯୋଗ ସହିତ ରୁହ ଘରେ ରୁହ” ଆଦର୍ଶ ଉକ୍ତି ସହିତ, ପୂର୍ବତଟ ରେଳପଥ କୋଭିଡ ପ୍ରୋଟୋକଲ ମାନକ ଅନୁଯାୟୀ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଅଛି ।  ସ୍ୱାସ୍ଥ୍ୟର ଉନ୍ନତି, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା, ଚାପରୁ ମୁକ୍ତି ଏବଂ ସାମଗ୍ରିକ ସୁସ୍ଥତାର ଭାବନା ଉଦେଶ୍ୟରେ ପୂର୍ବ ତଟ ରେଳପଥର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଯୋଗ କରିବା ପାଇଁ ଉତ୍ସାହିତ କରାଯାଇଥିଲା । 

ଜନସମାବେଶକୁ ଏଡାଇବା ପାଇଁ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗ ଅଭ୍ୟାସ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା ।   ପୂର୍ବତଟ ରେଳପଥର ମହାପ୍ରବନ୍ଧକ  ବିଦ୍ୟା ଭୂଷଣ ସମସ୍ତ ଅଧିକାରୀଙ୍କୁ ନିଜ ଘରେ ପ୍ରୋଟୋକଲ ଅନୁଯାୟୀ ଯୋଗ ଦିବସ ପାଳନ ଓ ଏହାର ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ପୂର୍ବତଟ ରେଳପଥର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ସେମାନଙ୍କ ବାସଭବନରୁ ଯୋଗ ପ୍ରଦର୍ଶନ କରିଥିଲେ । ଅନ୍ୟ ରେଳ ଅଧିକାରୀମାନେ ମଧ୍ୟ କୋଭିଡ଼୧୯ ପ୍ରୋଟୋକଲ ଅନୁସରଣ କରି ସେମାନଙ୍କର ପରିବାର ସଦସ୍ୟଙ୍କ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ପାଳନ କରିଥିଲେ । 

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା ।  ରେଳପଥର ସମସ୍ତ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟର ରେଳ ମଣ୍ଡଳ ପକ୍ଷରୁ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା ।  ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା, କୋଚିଂ ଡିପୋ ଗୁଡିକ ସହିତ ବିଭିନ୍ନ ଶାଖା କାର୍ଯ୍ୟାଳୟ ଏବଂ ଅନ୍ୟାନ ରେଳ ପ୍ରତିଷ୍ଠାନର କର୍ମଚାରୀ ଏବଂ ଅଧିକାରୀମାନେ ମଧ୍ୟ ସେମାନଙ୍କ ଘରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ । 

ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସୂଚନାଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ କହିଛନ୍ତି ଯେ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ରଖିବା ସହିତ ଶାରୀରିକ ଏବଂ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖିବା ପାଇଁ ସର୍ବୋତ୍ତମ ଉପାୟ ଅଟେ ଏବଂ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଯୋଗକୁ ନିୟମିତ ଅଭ୍ୟାସ କରିବାକୁ ସେ ଅଧିକାରୀମାନଙ୍କୁ ନିବେଦନ କରିଥିଲେ କାରଣ ଏହା ମଧ୍ୟ କୋଭିଡ ବିରୋଧ ଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହୋଇପାରେ ।

ଏହି ଅବସରରେ ରେଳପଥର ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ସେମାନଙ୍କର ଘରେ ଯୋଗର ବିଭିନ୍ନ ଆସନ ପ୍ରଦର୍ଶନ କରାଯାଇଛି ।  ଷ୍ଟେସନ ମାନଙ୍କରେ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ଯୋଗ ଆସାନର ପ୍ରଦର୍ଶନ ଆୟୋଜିତ ମଧ୍ୟ କରାଯାଇଥିଲା ।  ଏହି ଅବସରରେ ଯୋଗ ସମ୍ବନ୍ଧରେ ଏକ ୱେବିନାର ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଠାରେ ଏହି ମହାମାରୀ ସମୟରେ ଯୋଗ ଅଭ୍ୟାସର ଫଳପ୍ରଦ ଏବଂ ମହତ୍ତ୍ୱ ବିଷୟରେ ଆଲୋଚନା କରାଯାଇଥିଲା ।

 

ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ଏବଂ ରେଳବାଇର ବିଭିନ୍ନ କାନ୍ଥ ଏବଂ ରେଳ ପ୍ରତିଷ୍ଠାନର ମାନଙ୍କର ସମ୍ମୁଖରେ ବ୍ୟାନର ଲଗାଇ ଏହି ଅଭିଯାନ ପ୍ରାରମ୍ଭ କରାଯାଇଥିଲା | ଏହି ଆନ୍ତର୍ଜାତୀୟ ଯୋଗ ଦିବସରେ ମଧ୍ୟ 18 ବର୍ଷରୁ ଅଧିକ ନାଗରିକଙ୍କ ପାଇଁ ମାଗଣା ଟୀକାକରଣ ପ୍ରାରମ୍ଭ କରାଯାଇଅଛି | ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନରେ ଟିଭି ପରଦାରେ ଯୋଗ ସମ୍ବନ୍ଧୀୟ ଓ ମାଗଣା କୋଭିଡ ଟୀକା ସମ୍ବନ୍ଧୀୟ ଭିଜୁଆଲ୍ ପ୍ରଦର୍ଶିତ କରାଯାଇଅଛି |

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp