ପୁଣି ରୂପ ବଦଳାଉଛି କରୋନା ଭୂତାଣୁ । ବିଶେଷଜ୍ଞ କହିଲେ, ସତର୍କ ନହେଲେ ଚିନ୍ତାର କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଣ୍ଟ

ପୁଣି ରୂପ ବଦଳାଉଛି କରୋନା ଭୂତାଣୁ । ବିଶେଷଜ୍ଞ କହିଲେ, ସତର୍କ ନହେଲେ ଚିନ୍ତାର କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଣ୍ଟ

କନକ ବ୍ୟୁରୋ: ଅଧିକ ଆକ୍ରମଣାତ୍ମକ ବି.୧.୬୧୭.୨ ଷ୍ଟ୍ରେନର ପରିବର୍ତ୍ତିତ ସଂସ୍କରଣ ଡେଲଟା ଭାରିଆଣ୍ଟ କେତେ ଭୟଙ୍କର ଥିଲା ତାହା ସାରା ଭାରତ ଦେଖିଛି । କରୋନା ଭୂତାଣୁର ପ୍ରଥମ ଲହର ପରେ ଲୋକେ କଟକଣା ନମାନିବାରୁ କରୋନା ଭୂତାଣୁ ନିଜ ରୂପ ବଦଳାଇ ଅଧିକ ଶକ୍ତିଶାଳୀ ହେବା ସହ ଭାରତରେ କରୋନାର ଦ୍ଵିତୀୟ ଲହର ତାଣ୍ଡବ ରଚିଥିଲା । ଏବେ କରୋନା ଭୂତାଣୁ ପୁଣି ନିଜ ରୂପ ବଦଳାଉଛି । ଯଦି ଏବେ ଲୋକେ ସତର୍କ ନହେବେ ତେବେ ତୃତୀୟ ଲହରରେ ଡେଲଟା ଭାରିଆଣ୍ଟର ପରିବର୍ତ୍ତିତ ସଂସ୍କରଣ ଡେଲଟା ପ୍ଲସ ଭାରିଆଣ୍ଟ ଚିନ୍ତାର କାରଣ ହୋଇପାରେ ବୋଲି ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ।

ସେ କହିଛନ୍ତି, ଡେଲଟା ପ୍ଲସ୍ ହେଉଛି ଏକ ପ୍ରକାର ଯାହାକି ଡେଲଟା ଭାରିଆଣ୍ଟର ସହ ପାଖା ପାଖି ସମାନ ବଂଶ ଅଟେ । ହେଲେ ସାମାନ୍ୟ ପରିବର୍ତ୍ତନ ସହିତ ଡେଲଟା ଭାରିଆଣ୍ଟରେ ଆଉ ଏକ ମ୍ୟୁଟେସନ୍ ହୋଇଛି, ଯାହା ଚିନ୍ତାର କାରଣ ହୋଇପାରେ । କାରଣ ମ୍ୟୁଟେସନ୍ ସହିତ ଭୂତାଣୁର ସଂକ୍ରାମକତା ବି ବଦଳେ । ଏବେ ଆମେ କେବଳ ତାହା ଉପରେ ନଜର ରଖିପାରିବା । ଆମକୁ ଏହି ଭୂତାଣୁକୁ ସହଜରେ ନେବା ଉଚିତ ନୁହେଁ ।

ବଞ୍ଚିବା ତଥା ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଏହି ଭୂତାଣୁ ନିଜର ରୂପ ବଦଳାଉଛି । ତେଣୁ ଆମକୁ ସତର୍କ ହେବାକୁ ପଡିବ ଏବଂ ଏହି ଭୂତାଣୁଠାରୁ ଆଗରେ ରହିବାକୁ ପଡିବ। ବ୍ରିଟେନ ମାସ ମାସ ଧରି ଲକଡାଉନ କରି ପରେ ଲକଡାଉନ କୋହଳ କରିବା ପରେ ଡେଲଟା ଭାରିଆଣ୍ଟ ପୁଣି ସଂକ୍ରମଣ ବଢ଼ାଇଦେଲା । ଏହାର ଅର୍ଥ ଆମେ ମଧ୍ୟ ସମାନ ଅସୁରକ୍ଷିତ ଅବସ୍ଥାରେ ଅଛୁ ଏବଂ ଯଦି ଆମେ ବର୍ତ୍ତମାନ ଠାରୁ ସାବଧାନ ନହେବା ତେବେ ଆମର ମଧ୍ୟ ପୁନର୍ବାର ସମାନ ପରିସ୍ଥିତି ହେବ । ସେଥିପାଇଁ ଆମକୁ ଅତ୍ୟଧିକ ସତର୍କ ହେବା ଆବଶ୍ୟକ ଏବଂ କରୋନା କଟକଣା ମାନିବ ଆବଶ୍ୟକ ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp