ପୁଣି ଜିଲ୍ଲାପାଳ ଦୁର୍ନୀତିରେ ଲିପ୍ତ

ପୁଣି ଜିଲ୍ଲାପାଳ ଦୁର୍ନୀତିରେ ଲିପ୍ତ

ମାଲକାନଗିରି: ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲ କିପରି ଦୁର୍ନୀତିରେ ବୁଡି ରହିଥିଲେ ସେନେଇ ପ୍ରଥମେ କଂଗ୍ରେସ ସ୍ବରତ୍ତୋଳନ କରିଥିଲା।ଯାହା ପରବର୍ତ୍ତୀ ସମୟରେ ଏକ ବଡ ଧରଣର ଅଘଟଣ ଘଟି ଜିଲ୍ଲାପାଳଙ୍କୁ ଅପଦସ୍ତ ହୋଇ ଜିଲ୍ଲା ଛାଡିବାକୁ ପଡିଥିଲା। ଯାହାର ନାମରେ ହତ୍ୟା ଭଳି ଅଭିଯୋଗ କରାଯାଇଥିଲା। ଏହି ଘଟଣା ବର୍ଷେ ନପୁରୁଣୁ ପୁଣି ନୂଆ ଜିଲ୍ଲାପାଳ ଦୁର୍ନୀତିରେ ଲିପ୍ତ ରହିଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି।

ଜିଲ୍ଲାପାଳ କିପରି ଟେଣ୍ଡର ଫିକ୍ସିଂ ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସେସବୁର ସମସ୍ତ ଦଲିଲି ପ୍ରଦର୍ଶନ କରି ଗଣମାଧ୍ୟମ ଆଗରେ ଆଜି ରଖିଥିଲେ। ଗତ ମାର୍ଚ୍ଚ ମାସରେ ହୋଇଥିବା ମାଇନର ମିନେରାଲ ସୋର୍ସେସରେ ହୋଇଥିବା ଟେଣ୍ଟର ପ୍ରକ୍ରିୟାରେ ଅନିମିତତା ହୋଇଥିବା ଓ ଏହି ଅନିୟମିତତା ନିଜେ ଜିଲ୍ଲାପାଳ ଡ. ୱାଇ.ବିଜୟ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି।

ଏହି ବାବଦକୁ ନଗଦ କୋଟିଏ ଟୀକା ଲାଞ୍ଚ ନେବା ସହ ମୁଲ୍ୟବାନ ଗାଡି ଉପହାର ନେଇଥିବା ଅଭିଯୋଗ କରିଛନ୍ତି ଶ୍ରୀଯୁକ୍ତ ମାଝି। ଗତ ମାର୍ଚ୍ଚ ମାସ ୨୦ ତାରିଖ ସମୟ ୫ଟାରେ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ଟେଣ୍ଡର ବକ୍ସ ତିନି ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ୧ ଘଣ୍ଟା ୪୦ ମିନିଟରେ ଟ୍ରେଜରି ଷ୍ଟ୍ରଙ୍ଗ ରୁମକୁ ପଠାଯାଇଥିଲା। ଜିଲ୍ଲାପାଳ କାର୍ୟ୍ୟାଳୟକୁ ମାତ୍ର ଗୋଟିଏ କିଲୋମିଟର ଦୂରତା ରହିଥିବା ବେଳେ ଏଥିପାଇଁ ୩ ଦିନ ସମୟ ଲାଗିଲା କିପରି ବୋଲି ପ୍ରଶ୍ନ କରାଯାଇଥିଲା। ତେବେ ସେହି ତିନି ଦିନ ଜିଲ୍ଲାପାଳଙ୍କ ବାସଗୃହକୁ ନିଆଯାଇଥିଲା କିହିଁକି ବୋଲି ଶ୍ରୀ ମାଝି ପ୍ରଶ୍ନ ଉଠାଇଛନ୍ତି। ସେହି ତିନି ଦିନ ଜିଲ୍ଲାପାଳଙ୍କ ବାସଭବନରେ ରହିଲା ସେଠି ଚଞ୍ଚକତା କରାଯାଇ ସିଏଚ. ବେଣୁଗୋପାଲ ସାତୋଟି ପଥର ଖାଦାନ ମାତ୍ର ୪୦ କାରୁ ୫୦ କା ବ୍ୟବଧାନରେ ରୋୟାଲଟି ମୂଲ୍ୟ ଧାର୍ଯ୍ୟ କରି ଖାଦାନଗୁଡିକ ପାଇବାରେ ସଫଳ ହୋଇଛନ୍ତି।

ସେପଟେ ଟେଣ୍ଡର ଆବେଦନ ପାଇଁ ହୋଇଥିବା ସଲଭେନସୀରେ ଜମିର କିସମ ପେଡି- ୧ ଓ ଡଙ୍ଗର- ୨ ଥିବା ବେଳେ ଏହାର ମୂଲ୍ୟ ଏକ କୋଟି ୫୯ ଲକ୍ଷ ୩୨୮ ଟଂକା ହେଲା କିପରି। ସଲଭେନସିରେ ବ୍ୟବହାର କରାଯାଇଥିବା ଘର ୪ କୋଟି ୮୯ ଲକ୍ଷ ଦର୍ଶାଯାଇଥିବା ବେଳେ ବାସ୍ତବରେ ଏହାର ମୂଲ୍ୟ ବହୁତ କମ। ସିଏଚ. ବେଣୁଗୋପାଲ ଚଞ୍ଚକତା କରି ଯେଉଁ ୭ଟି ପଥର ଖାଦାନ ଲିଜ ପାଇଛନ୍ତି ତାହାର ସମୂଦାୟ ଏମଜିକ୍ୟୁ (ମିନିମମ୍ ଗ୍ୟାରେଣ୍ଟ କ୍ବାଣ୍ଟିଟି) ହେଉଛି ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ କା ହୋଇଥିବା ବେଳେ ମାତ୍ର ୧ କୋଟି ଟଂକାର ସଲଭେନସି ସାର୍ଟିଫିକେଟ ପ୍ରଦାନ କରି ସମସ୍ତ କୁଆଁରିକୁ ଲିଜ ଦିଆଯାଇଛି। ମାର୍ଜ୩୦ ତାରିଖ ଦିନ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ତାପର ଦିନ ଏମଜି ହେକଟର ଗାଡି, ଯାହାର ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ ଜନୈକ ମହିଳାଙ୍କ ନାମରେ କିଣାଯାଇଛି ଏବଂ ବ୍ୟକ୍ତିଗତ ନମ୍ବର ପ୍ଲେଟ ଥିବା ସତ୍ବେ ସରାକରୀ ଅଫିସରେ ଲଗାଇ ନିଜେ ଜିଲ୍ଲାପାଳ ଏହି ଗାଡିକୁ ବ୍ୟବହାର କରିବାକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝି। ଯାହାକି ସରକାରୀ ନିୟମ ଅନୁଯାୟୀ ଜିଲ୍ଲାପାଳ ମାନେ, ସ୍କର୍ପିଓ, କ୍ରେଟା ଏବଂ ମହିନ୍ଦ୍ରା ମାରାଜୋ ଯାହାର କି ଭେଲିଟ କଂଟ୍ରାକଟ ପରମିଟ ଥିଲେ ହିଁ ସରକାରୀ ଅଫିସରେ ବ୍ୟବହାର ହୋଇପାରିବ। ସୂଚନା ଅଧିକାର ଆଇନ ମଧ୍ୟମରେ ହସ୍ତଗତ ହୋଇଥିବା ତଥ୍ୟକୁ ଗଣମାଧ୍ୟମରେ ପ୍ରକାଶ କରି ଶ୍ରୀ ମାଝି କହିଥିଲେ ଯେ ମାଲକାନଗିରି ତହସିଲଦାର ଗୁଣନିଧି ନାୟକ ମାର୍ଚ୍ଚ ୩୦ ତାରିଖ ଦିନ ଟେଣ୍ଡର ପେପର ଖୋଲିବା ଦିନ ଛୁଟିରେ ଥିଲେ।

ମାଲକାନଗିରି ଜିଲ୍ଲାପାଳ କିପରି ଭାବେ ଉକ୍ତ ତାରିଖରେ ତହସିଲଦାର ଶ୍ରୀ ନାୟକ ଉପସ୍ଥିତ ରହିଥିବା କଥା ଜାରି କରି ଟେଣ୍ଡର ପ୍ରସିଡିଙ୍ଗରେ ତାଂକର ଦସ୍ତଖତ ନେଲେ। ଜିଲ୍ଲାପାଳ କାହାରି ମତାମତ ନନେଇ ଏବଂ ବହୁ ବିତର୍କକୁ ଭୃକ୍ଷେପ ନକରି ଟେଣ୍ଡର କାର୍ଯ୍ୟକ୍ରମକୁ ନିଜ ମନ ମୁତାବକ ସମାପ୍ତି କଲେ ବୋଲି ଶ୍ରୀ ମାଝି କହିଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଦୀପ ମାଝି ଟେଣ୍ଡର ଫିକ୍ସିଂକୁ ଅବୈଧ୍ୟ ଘୋଷଣା କରିବା ଏବଂ ଜିଲ୍ଲାପାଳକୁ ଚାକିରିରୁ ନିଳମ୍ବିତ କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏଥିସହ ଜିଲ୍ଲାପାଳ ଓ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି। ସରକାର ଯଦି ପଦକ୍ଷେପ ନନିଅନ୍ତି ତେବେ କଂଗ୍ରେସ ଆସନ୍ତା ୪ ତାରିଖ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଅପରପକ୍ଷରେ ମୋଟୁ ତହସିଲଦାରଙ୍କୁ ପଚାରିବାରୁ ସେଭଳି କିଛି ହୋଇନଥିବା ତହସିଲଦାର କହିଛନ୍ତି। ଆଜିର ଏହି ପ୍ରେସ ମିଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସମେତ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟନୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷିପ୍ରିୟା ନାୟକ, ନବରଂଗପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତ୍ରା, ପର୍ଶୁରାମ ଭକ୍ତ, ଭୀମା ବାରସେ, ପଦ୍ମ ପାଙ୍ଗି, ଜି. ଶ୍ରୀନିବାସ ରାଓ, କେଶୁ ରାଓ, ପେଣ୍ଡା ପଣ୍ଡା, ଇର୍ମା ପଡିଆମି, ଚିତ୍ତ ପଟନାୟକ, ରବୀ ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ। ଏ ସଂପର୍କରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା ଏବଂ ସେ ଏନେଇ ସ୍ପଷ୍ଟିକରଣ ଦେବେ ବୋଲି କହି ଚୁପ ରହିଥିଲେ।

The post ପୁଣି ଜିଲ୍ଲାପାଳ ଦୁର୍ନୀତିରେ ଲିପ୍ତ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp