ପୁଣି ଚାଷୀଙ୍କ ମୁହଁରେ ହସ: ଅଚଳ ହୋଇଯାଇଥିବା କୋଲ୍ଡଷ୍ଟୋରର ହେବ ପୁନରଉଦ୍ଧାର

ପୁଣି ଚାଷୀଙ୍କ ମୁହଁରେ ହସ: ଅଚଳ ହୋଇଯାଇଥିବା କୋଲ୍ଡଷ୍ଟୋରର ହେବ ପୁନରଉଦ୍ଧାର

କନକ ବ୍ୟୁରୋ: ଅଚଳ ହୋଇପଡିଥିବା କୋଲ୍ଡ ଷ୍ଟୋରେଜର ହେବ ପୁନରୁଦ୍ଧାର । ଏନେଇ ପ୍ରତିଥର ଭଳି ଚଳିତଥର ମିଳିଛି ପ୍ରତିଶ୍ରୁତି । କଟକ ନିଆଳିରୁ ନେଇ ସଦର ଅଂଚଳ ଗୁଡିକର ଚାଷୀ ସବୁ ଏହି କୋଲ୍ଡ ଷ୍ଟୋର ଉପରେ ନିର୍ଭର କରୁଥିଲେ । ୧୯୮୨ ମସିହାରୁ ତିଆରି ହୋଇଥିବା ବେଳେ କିଛି ଦିନ ଚାଲି ତାହା ବି ବନ୍ଦ ହୋଇଯାଇଥିଲା । କୋଲ୍ଡ ଷ୍ଟୋର ଅଚଳ ହୋଇଯିବାପରେ ଏହା ଉପରେ ବଡ ବଡ ଗଛ ସବୁ ଉଠିବା ସହ ଘାସ ବୁଦା ବେଢିଗଲାଣି । ଏହି ସମସ୍ୟା ନେଇ ଚାଷୀ ମାନେ ବହୁବାର ଅଭିଯୋଗ ପରେ ଅଭିଯୋଗ କରିଚାଲିଥିଲେ । ହେଲେ ତାଙ୍କର ସମସ୍ୟା ପ୍ରତି କାହାର ଗୁରୁତ୍ୱ ନଥିଲା । ଶେଷରେ ଦୀର୍ଘ ବର୍ଷ ପରେ ଏବେ ପୁଣି କାର୍ଯ୍ୟକ୍ଷମ ହେବାକୁ ମିଳିଛି ପତିଶ୍ରୁତି । ବାରଙ୍ଗ ତହସିଲଦାର କୋଲ୍ଡଷ୍ଟୋର ବୁଲି ର୍ଦେଖିବା ପରେ ଏହାର ପୁନ କାର୍ଯ୍ୟକ୍ଷମ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

The post ପୁଣି ଚାଷୀଙ୍କ ମୁହଁରେ ହସ: ଅଚଳ ହୋଇଯାଇଥିବା କୋଲ୍ଡଷ୍ଟୋରର ହେବ ପୁନରଉଦ୍ଧାର first appeared on Kanak News.

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp