ପିତୃ ଦିବସ
ବାପା ଏହି ଶବ୍ଦଟିରେ ଅଛି ବ୍ରମହାଣ୍ଡର ସୁଖ | ଆମ ଜୀବନରେ ଆମ ଭାଗ୍ୟରେ ଆମ ବାପାଙ୍କ ସ୍ଥାନ ସବୁଠୁ ଉଚ୍ଚରେ | ବାପାଙ୍କ ବିଷୟରେ କହିବା ଏତେ ସହଜ ନୁହେଁ | ସମସ୍ତେ ମା ଙ୍କ ଗର୍ଭ ଯନ୍ତ୍ରଣା ବିଷୟରେ ଆଲୋଚନା କରନ୍ତି କିନ୍ତୁ ବାପାଙ୍କ ତ୍ୟାଗ ବିଷୟରେ କିଛି କିଛି କୁହାଯାଏ | ଆମକୁ ବୁଝୁଥିବା ମଣିଷଟି ହେଉଛନ୍ତି ବାପା | ଆମ ଜୀବନ ନାଟକର ପରଦା ପଛର କାହାଣୀ ହେଉଛନ୍ତି ଆମ ବାପା | ଆମ ସଂଘର୍ଷ ମୟ ବାଟର ବାଟୋଇ ହେଉଛନ୍ତି ବାପା | ବାପା ତାଙ୍କ ସବୁ ପରିଶ୍ରମର ଲହୁ ଲୁହ ବିକ୍ରି କରି ଆମ ସ୍ବପ୍ନର ତାଜମହଲ କିଣନ୍ତି | ନିଜ ଜୀବନକୁ ରଙ୍ଗହୀନ କରି ଆମ ଆବଶ୍ୟକତାକୁ ରଙ୍ଗ ତୁଳି ରେ ସଜେଇ ଦିଅନ୍ତି ଆମ ବାପା | ଆମ ଟିକିଏ ଖୁସି ପାଇଁ ସେ ପାହାଡ଼ ଭଳି ଥିବା ସମସ୍ୟାକୁ ଭୁଲିଯାନ୍ତି | ଆମ ଭାଗ୍ୟ ବଦଳାଇବା ପାଇଁ ନିଜ ହାତର ରେଖା ଲିଭେଦିଅନ୍ତି ବାପା |
ଦୁଃଖ ତାଙ୍କୁ ବି ହୁଏ କଷ୍ଟ ବି ଲାଗେ କିନ୍ତୁ କେବେ ପରିପ୍ରକାଶ କରନ୍ତି ନାହିଁ ବାପା | ତ୍ୟାଗ ଆଉ ବଳିଦାନର ଭଗବାନ ହେଉଛନ୍ତି ବାପା | ଆମ ପାଇଁ ନିଜ ଦେହର ଚମଡା ବି ବିକ୍ରି କରିଦେଇପାରିବେ କାରଣ ସେ ହେଉଛନ୍ତି ବାପା | ଖୁସିର ବାତାବରଣରେ ରଖନ୍ତି କିନ୍ତୁ ନିଜେ ଦୁଃଖର ସମୁଦ୍ରରେ ବୁଡି ରହିଥାନ୍ତି | ଆଜି ହେଉଛି ପିତୃ ଦିବସ | ପ୍ରତିବର୍ଷ ଜୁନ ମାସ ତୃତୀୟ ରବିବାର ଦିନ ପିତୃ ଦିବସ ପାଳନ କରାଯାଏ | ପିତୃ ଦିବସର ଆରମ୍ଭ ସର୍ବପ୍ରଥମେ ଆମେରିକାର ୱାଶିଙ୍ଗଟନରେ ହୋଇଥିଲା | ବାପା କେବେ ପାଳନ ତ କେବେ ପୋଷଣ ,| ବାପା ଆମ ପରିବାରର ଅନୁଶାସନ | ଆମ ଜୀବନର ପରିଚୟ ହେଉଛନ୍ତି ଆମ ବାପା | ବାପା ଆମ ପ୍ରେରଣା , ଆମ ଶକ୍ତି | ଆମ ପାଇଁ ପରିଶ୍ରମ କରୁଥିବା ଜଣେ ସତ ମଣିଷ ହେଉଛନ୍ତି ବାପା | ଆମ ଅବଶ୍ୟକତା ପୂରଣ କରିବା ପାଇଁ ଯିଏ ନିଜେ ଖର୍ଚ୍ଚ ହୋଇଯାନ୍ତି ସେ ହେଉଛନ୍ତି ବାପା |
The post ପିତୃ ଦିବସ appeared first on .